ବିଗିଡ଼ିଯାଇଛି ଟ୍ରକ୍‌ ବ୍ୟବସାୟ

ବଅଁରପାଳ,୨୦ା୬(ଡି.ଏନ.ଏ.) – କରୋନା କଟକଣା ପୂର୍ବରୁ ଠିକ୍‌ଠାକ୍‌ ଚାଲିଥିଲା ବ୍ୟବସାୟ। ଟ୍ରକ୍‌ଗୁଡ଼ିକୁ ନିୟମିତ ଲୋଡ୍‌ ମିଳୁଥିବା ବେଳେ ମାସିକ ରୋଜଗାର ମଧ୍ୟ ମନ୍ଦ ନ ଥିଲା। ଋଣ କିସ୍ତି ସହ ଚାଳକ, ହେଲପରଙ୍କୁ ଦରମା ଦେବାରେ ଅସୁବିଧା ହେଉ ନ ଥିଲା। ହେଲେ ଲକ୍‌ଡାଉନ୍‌ ପରଠାରୁ ମାନ୍ଦା ପଡ଼ିଯାଇଛି ଅନୁଗୋଳ ଜିଲା ନାଲ୍‌କୋ କୁଲାଡ଼ ଟ୍ରକ୍‌ ମାଲିକ ସଂଘର ବ୍ୟବସାୟ। ବିଭିନ୍ନ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ବନ୍ଦ ରହିବା ଓ ଆଲୁମିନିୟମର ଚାହିଦା ହ୍ରାସ ଯୋଗୁ ସଂଘର ଟ୍ରକ୍‌ଗୁଡ଼ିକୁ ଆଉ ପୂର୍ବପରି ଲୋଡ୍‌ ମିଳୁନାହିଁ। ଫଳରେ ମାସ ମାସ ଧରି ଗାଡ଼ି ଠିଆ ହୋଇ ରହୁଥିବାରୁ ଏବେ ଋଣ କିସ୍ତି ଶୁଝିବା ଏବଂ କର୍ମଚାରୀଙ୍କୁ ଦରମା ଦେବା ମାଲିକମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସଂଘର ୫ଶହ ସଦସ୍ୟ।
ସଂଘର କେତେଜଣ ସଦସ୍ୟଙ୍କ କହିବା ଅନୁଯାୟୀ, ନାଲ୍‌କୋର ବହୁ କ୍ଷତିଗ୍ରସ୍ତ ଟ୍ରକ୍‌ ଖଣ୍ଡିଏ ଲେଖାଏ କିଣି ଦେଶର ବିଭିନ୍ନ ସ୍ଥାନକୁ ଆଲୁମିନିୟମ ପରିବହନ କରିଥାନ୍ତି। ନାଲ୍‌କୋରୁ ଲୋଡ୍‌ ନେଇ ଏହି ଟ୍ରକ୍‌ଗୁଡ଼ିକ ମାସରେ ଥରେ କିମ୍ବା ଦୁଇଥର ମହାରାଷ୍ଟ୍ର, ଦିଲ୍ଲୀ, କୋଲକାତା, ରାଜସ୍ଥାନ, ପଞ୍ଜାବ, ହରିୟାଣା ଆଦି ରାଜ୍ୟକୁ ଯାଇଥାଏ। ମାତ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ ପରଠାରୁ ଏହି ବ୍ୟବସାୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଟ୍ରକ୍‌ ଚଳାଚଳ ଉପରେ କଟକଣା ନ ଥିଲେ ହେଁ କଞ୍ଚାମାଲ ଭାବେ ଆଲୁମିନିୟମ ଆମଦାନୀ କରୁଥିବା ଶିଳ୍ପଗୁଡ଼ିକ ବନ୍ଦ ରହିବା କିମ୍ବା ଉତ୍ପାଦନ ହ୍ରାସ କରିଥିବାରୁ ଏବେ ନିୟମିତ ଟ୍ରକ୍‌ଗୁଡ଼ିକୁ ଲୋଡ୍‌ ମିଳୁନାହିଁ। ଦୁଇରୁ ତିନି ମାସରେ ଥରେ ଟ୍ରକ୍‌ ଗଡ଼ିବା ଏବେ ବଡ଼କଥା ହୋଇଯାଉଛି। ଏଥିଯୋଗୁ ମାଲିକମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ଫାଇନାନ୍ସରେ ଗାଡ଼ି କରିଥିବା କେତେଜଣ ମାଲିକ ଠିକ୍‌ ଭାବେ କିସ୍ତି ପରିଶୋଧ କରିପାରୁ ନାହାନ୍ତି। ଏପରିକି ଚାଳକ ଓ ହେଲପରମାନଙ୍କୁ ହାତରୁ ଦରମା ଦେବାକୁ ପଡ଼ୁଥିବା ମାଲିକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri