Categories: ଜାତୀୟ

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ଓ୍ବାଶିଂଟନ,୧୨।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି। ସେଥି ପାଇଁ ଇସ୍ରୋ ନାସାର ସହାୟତା ଲୋଡ଼ିଛି। ନାସା ବିକ୍ରମ ଲ୍ୟାଣ୍ଡର ପାଖକୁ ‘ହେଲୋ’( ହେଲୋ ବିକ୍ରମ) ବାର୍ତ୍ତା ପଠାଇଛି। ଏହା ସହିତ ‘ତୁମେ ସେଠାରେ ଅଛ ’(  ୟୁ ଦେୟାର) ବୋଲି ନାସା ପକ୍ଷରୁ ବାର୍ତ୍ତା ପଠାଯାଇଛି। ସେପ୍ଟେମ୍ବର ୨୧ ମଧ୍ୟରେ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ ହେଲେ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନେକ ଅଜଣା ତଥ୍ୟ ପୃଥିବୀକୁ ମିଳିପାରିବ ବୋଲି ଆଶା କରାଯାଉଛି।

Share