ବିଏସ୍‌ସିଏଲ୍‌କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ)କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର-୨୦୨୦ ସମ୍ମାନ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ଭୁବନେଶ୍ୱର ସହରରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ ‘ମୁଁ ସେଭିଅର’ ଆପ୍‌ ନିମନ୍ତେ ବିଏସ୍‌ସିଏଲକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
‘ମୁଁ ସେଭିଅର’ ଆପ୍‌ ହେଉଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା(ଆଇସିଟି) ଆଧାରିତ ଯାହା ଭବିଷ୍ୟତରେ ସହରରେ ବନ୍ୟା ପରିସ୍ଥିତିକୁ ରୋକିବାରେ ସହାୟକ ହେବ। ୨୦୧୯ ଡିସେମ୍ବରରେ ବିଏସ୍‌ସିଏଲ ଏବଂ ବିଏମ୍‌ସି ଜର୍ମାନ ଡେଭ୍‌ଲପ୍‌ମେଣ୍ଟ କୋପରେଶନ (ଜିଆଇଜେଡ୍‌) ସହିତ ସହବନ୍ଧିତରେ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଶତାବ୍ଦୀନଗରରେ ଆରମ୍ଭ କରିଥିଲା। ଏହାଦ୍ୱାରା ନାଗରିକମାନେ ସହରର ଦୁର୍ବଳ ସ୍ଥାନରେ ବନ୍ୟା ପରିସ୍ଥିତି ପ୍ରଭାବକୁ କମ୍‌ କରିବାରେ ସହାୟକ ହେବେ ବୋଲି ସ୍ମାର୍ଟସିଟି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ସୂଚନା ଅନୁଯାୟୀ, ଡିଜିଟାଲ ସମାଧାନ ସ୍ବରୂପ ଏହି ଆପ୍‌ରେ ନାଗରିକମାନେ ଡ୍ରେନ୍‌ଗୁଡିକରେ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡିକର ସ୍ଥିତି ବିଷୟରେ ସୂଚନା ଦେଇପାରିବେ। ଏହି ଆପ୍‌ ନାଗରିକମାନଙ୍କ ଠାରୁ ୩ଟି ସୂଚନା ଯଥା ଡ୍ରେନରେ ପଡ଼ିିରହିଥିବା ଅଳିଆ, ଡ୍ରେନର ଜଳ ପ୍ରବାହ ଏବଂ ଜଳସ୍ତରର ସୂଚନା ଗ୍ରହଣ କରିବ। ଏହି ସୂଚନା ସିଧାସଳଖ ବିଏସ୍‌ସିଏଲର ଆନାଲିଟିକାଲ ସିଷ୍ଟମକୁ ଯିବ। ଫଳରେ ବିଏସ୍‌ସିଏଲ ସମସ୍ୟା ବିଶ୍ଳେଷଣ କରି ତା’ର ସମାଧାନ ପାଇଁ କାର୍ଯ୍ୟ କରିବ। ଏହି ସୂଚନା ଆଧାରରେ ସହରରେ ବିଭିନ୍ନ କାର୍ଯ୍ୟ ପାଇଁ ଥିବା ଅଧିକାରୀମାନଙ୍କୁ ସୂଚିତ କରାଯିବ। ନିର୍ଦ୍ଦେଶ ଅନୁଯାୟୀ ଅଧିକାରୀମାନେ ବନ୍ୟା ପରିସ୍ଥିତି ଏବଂ ଡ୍ରେନ ସଫା କରିବା ପାଇଁ କାର୍ଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ବିଶେଷକରି ଡ୍ରେନ ମାଧ୍ୟମରେ ଆଳିଆ ଆବର୍ଜନା ନିଷ୍କାସନ ହୋଇଥାଏ। ଫଳରେ ବର୍ଷାଦିନେ ଡ୍ରେନରେ ଅଳିଆ ଆବର୍ଜନା ଜମିରହି ପାଣି ନିଷ୍କାସନ ହୋଇ ପାରି ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଥାଏ। ତେଣୁ ବର୍ଷା ସମୟରେ ଡ୍ରେନ୍‌ରୁ ଜଳ ନିଷ୍କାସନ କରିବା ଏହି ଆପ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆପ୍‌ର କାର୍ଯ୍ୟପ୍ରଣାଳୀ ଅନୁଯାୟୀ ଲୋକଙ୍କୁ ଡ୍ରେନ୍‌ରେ ପଡ଼ିରହିଥିବା ଆବର୍ଜନା, ଫାଟିଥିବା ସ୍ଥାନ ଆଦିକୁ ଚିତ୍ର ଦେଖି ଚିହ୍ନଟ କରିବାକୁ ହେବ। ଆପ୍‌ର ଡ୍ରେନର ଅସୁବିଧା ସମ୍ବନ୍ଧିତ ଚିତ୍ର ଥିବା ବେଳେ ଲୋକେ ଦେଖୁଥିବା ସମସ୍ୟାର ଅବିକଳ ଚିତ୍ରକୁ ଚିହ୍ନଟ କରିବାକୁ ପଡ଼ିବ। ଏହି ସୂଚନା ବିଏସ୍‌ସିଏଲ ପାଖକୁ ଆସିବା ପରେ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରାଯିବ।
ସ୍ମାର୍ଟସିଟି ସଶକ୍ତୀକରଣ ଭାରତ ପୁରସ୍କାର-୨୦୨୦ ସହ ବିଏସ୍‌ସିଏଲ ବହୁ ପୁରସ୍କାର ପାଇଛି। ୨୦୧୭ରେ ବାର୍ସିଲୋନାରେ ଅନଷ୍ଠେିତ କାନାଡୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାନ୍ସ ଦ୍ୱାରା ପ୍ଲାନିଂ ଏକ୍ସିଲେନ୍ସ ମେରିଟ୍‌ ପୁରସ୍କାର, ସ୍ମାର୍ଟସିଟି ଏକ୍ସପୋ ୱାଲର୍‌ଡ କଂଗ୍ରେସ ଫାଇନାଲିଷ୍ଟ, ୨୦୧୭-୧୮ରେ ହୁଡ୍‌କୋ ଦ୍ୱାରା ସର୍ବୋତ୍ତମ ଆଭାସ ପୁରସ୍କାର, ସାମାଜିକ ସ୍ମାର୍ଟ ଭୁବନେଶ୍ୱର ପ୍ରକଳ୍ପ ପାଇଁ ୨୦୧୮ରେ ସ୍ମାର୍ଟସିଟି ଏକ୍ସପୋ ଇଣ୍ଡିଆ ପୁରସ୍କାର, ୨୦୧୯ରେ ନେତୃତ୍ୱ ପୁରସ୍କାର, ଜିଓପାଜିଆଲ ଏକ୍ସଲେନ୍ସ ପୁରସ୍କାର, ବି-ଆକ୍ଟିଭ ପ୍ରୋଜେକ୍ଟ ପାଇଁ ସିଆଇଟିଆଇଆଇଏସ୍‌ ପୁରସ୍କାର ଏବଂ ସାଧାରଣ ପେମେଣ୍ଟ କାର୍ଡ ପାଇଁ ଡିଜିିଟାଲ ଇନୋଭେଟର ପୁରସ୍କାର ପାଇଛି। ଆଗକୁ ମଧ୍ୟ ବିଏସ୍‌ସିଏଲ ଅତ୍ୟାଧୁନିକ କାର୍ଯ୍ୟଶୈଳୀ ପାଇଁ ପୁରସ୍କାର ପାଇବ ବୋଲି ପରିଚାଳନା ଅଧିକାରୀ ପ୍ରେମଚନ୍ଦ୍ର ଚୌଧାରୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?