Categories: ରାୟଗଡା

ଜୀବନରେ ଯୋଗର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଝରିଗାଁ,୨୧।୬(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦରମହକୁମାସ୍ଥିତ ୧୫ ତମ ବାଟାଲିଅନ୍‌ ବିଏସ୍‌ଏଫ୍‌ କ୍ୟାମ୍ପରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଝରିଗାଁ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ଗ୍ରାମର ଯୁବ ଗୋଷ୍ଠୀ ଏବଂ ବିଏସ୍‌ଏଫ୍‌ ଯବାନ୍‌ମାନେ ଏକତ୍ରିତ ହୋଇ ଯୋଗ କରିଥିଲେ। ଜୀବନରେ ଯୋଗର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବାଟାଲିୟନର ଇନ୍ସପେକ୍ଟର ବିକ୍ରମ୍‌ ସିଂ ପ୍ରକାଶ କରିଛନ୍ତି। ଏହି ଅବସରରେ ୧୫ବାଟାଲିୟନ୍‌ର ଏସ୍‌ଆଇ ବିକାଶ କୁମାର ଯାଦବ, ଏଏସ୍‌ଆଇ ସମସେର ସିଂ, ପବିତ୍ର କୁମାର ଚକ୍ରବକର୍ତ୍ତୀ, ଭିଜେନ୍ଦ୍ର କୁମାର,ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।