ବାହୁଦା ନଦୀରେ ବୁଡ଼ି ଯୁବକ ମୃତ

ପାତ୍ରପୁର,୧୬ା୮(ଡି.ଏନ୍‌.ଏ.): ଖାରିଆଗୁଡ଼ା ଫାଣ୍ଡି ଆମୁଣ୍ଡି ଗ୍ରାମ ନିକଟ ଦେଇ ପ୍ରବାହିତ ବାହୁଦା ନଦୀରେରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ ଶ୍ୟାମ ବେହେରା (୩୯)। ଶୁକ୍ରବାର ସକାଳୁ ସେ ଗାଧୋଇବା ପାଇଁ ନଦୀକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ ଶ୍ୟାମ ଘରକୁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ପରେ ପାତ୍ରପୁର ଅଗ୍ନିଶମ ବାହୀନି ପହଞ୍ଚତ୍ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି।