ବାହାର ରାଜ୍ୟରୁ ଆସିଥିବା ୨ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର

ସୋର, ୧୫ା୪(ଡି.ଏନ୍‌.ଏ.)-ମହାମାରୀ କରୋନା କୋଭିଡ଼-୧୯କୁ ରୋକିବା ପାଇଁ ଏବେ ଲକ୍‌ଡାଉନ୍‌ ନିୟମ କଡାକଡି ପାଳନ କରାଯାଉଛି। ରାଜ୍ୟ ବାହାରକୁ କିମ୍ବା ରାଜ୍ୟକୁ ଫେରୁଥିବା ଲୋକଙ୍କ ଉପରେ କଟକଣା ଲାଗୁ ହୋଇଛି। ଏହି ସମୟରେ ଗତ ୩୦ତାରିଖରେ ଖୋର୍ଦ୍ଧାରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ ପଶ୍ଚିମବଙ୍ଗ ମାଲଦା ଜିଲାର ୧୦ଜଣ ଘରକୁ ଚାଲି ଚାଲି ଯାଉଥିବା ବେଳେ ସୋରର ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅଟକାଇ କଲେଜ ଛକ କଲ୍ୟାଣ ମଣ୍ଡପ କ୍ୱାରାଣ୍ଟାଇନରେ ରଖିଛି। ଏବେ ସେମାନଙ୍କର ରହିବା ଖାଇବାରେ କୌଣସି ଅସୁବିଧା ନ ଥିବା ବେଳେ ଘରକୁ ଯିବାକୁ ଜିଲା ପ୍ରଶାସନ ପାଖେ ଆକୁଳ ନିବେଦନ କରିଛନ୍ତି। ମଙ୍ଗଳବାର ମହାରାଷ୍ଟ୍ରରେ ରହୁଥିବା ସୋର ଥାନା ଅଧୀନ ଆଟ୍ଟପୁର ଗ୍ରାମର ଦୁଇ ଜଣ ଟ୍ରକ୍‌ ଯୋଗେ ଘରକୁ ଫେରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ସେମାନଙ୍କୁ ଗାଁରେ ରହିିବାକୁ ବିରୋଧ କରି ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ପରେ ସେମାନଙ୍କୁ କ୍ଷେମେଶ୍ୱର କ୍ୱାରଣ୍ଟାଇନରେ ରଖାଯାଇଥିଲା। ସେଠାରେ ମଧ୍ୟ ବିରୋଧ ହେବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।