Posted inଜାତୀୟ

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ ବହୁ ଦୂରକୁ ଚାଲିଯାଇଛି ବୋଲି ପୂର୍ବତନ ଏମ୍‌ପି ସିନ୍ଧିଆ ଭାଜପା କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି। ସେ ଦୀର୍ଘଦିନ ଧରି କଂଗ୍ରେସ ସହ ଜଡ଼ିତ ଥିଲେ। ତେବେ ଦଳରେ ସେ ନିଜ ଲୋକମାନଙ୍କ ପାଇଁ କିଛି କରି ନ ପାରିବା କାରଣରୁ ଆଘାତ ପାଇଥିଲେ ଓ ଅସନ୍ତୁଷ୍ଟ ଥିଲେ ବୋଲି କହିଛନ୍ତି। କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରି ସିନ୍ଧିଆ କହିଛନ୍ତି, ସେ ଓ ତାଙ୍କ ପୂର୍ବତନ ସହକର୍ମୀମାନେ ମଧ୍ୟପ୍ରଦେଶ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ୧୮ ମାସ ମଧ୍ୟରେ ଧୂଳିସାତ୍‌ ହୋଇଯାଇଛି। ଭାଜପା ପରିବାରରେ ତାଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ଏହି ଅବସରରେ ସିନ୍ଧିଆ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ। ଲୋକଙ୍କ ସେବା କରିବା ପାଇଁ ସେମାନେ ତାଙ୍କୁ ପ୍ଲାଟଫର୍ମ ଯୋଗାଇ ଦେଇଥିବା ସିନ୍ଧିଆ କହିଥିଲେ।

କଂଗ୍ରେସ ଛାଡ଼ିବାର ୩ କାରଣ

ତିନୋଟି ମୁଖ୍ୟ କାରଣ ପାଇଁ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଲେ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କହିଛନ୍ତି। ପ୍ରଥମ କାରଣ ହେଲା ଦଳ ନୂଆ ନେତୃତ୍ୱକୁ ସୁଯୋଗ ଦେଉନାହିଁ। ଏଥିପାଇଁ ସେ ଦଳର ପୁରୁଖା ନେତା ଦିଗ୍‌ବିଜୟ ସିଂ ଓ କମଲନାଥଙ୍କୁ ଦାୟୀ କରିଛନ୍ତି। ଦ୍ୱିତୀୟ କାରଣ ହେଲା ଦୁର୍ନୀତି। ପ୍ରତିଶ୍ରୁତିଠାରୁ ଦୂରେଇ ଯାଇ ସରକାର ମଧ୍ୟପ୍ରଦେଶରେ ବଦଳିକୁ ଏକ ଶିଳ୍ପରେ ପରିଣତ କରିଥିବା ସିନ୍ଧିଆ ଅଭିଯୋଗ କରିଛନ୍ତି। ତୃତୀୟ କାରଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱ। ମୋଦିଙ୍କ ନେତୃତ୍ୱରେ ଦେଶର ନିରାପତ୍ତା ସୁରକ୍ଷିତ ବୋଲି ସିନ୍ଧିଆ କହିଛନ୍ତି।

‘ନିର୍ବାଚିତ ସରକାରକୁ ଅସ୍ଥିର କରୁଛନ୍ତି ମୋଦି’

ମଧ୍ୟପ୍ରଦେଶରେ ନିର୍ବାଚିତ ସରକାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସ୍ଥିର କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ୩୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଏହାର ଫାଇଦା ଲୋକଙ୍କୁ ନ ଦେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବାରେ ବ୍ୟସ୍ତ ରହିଛନ୍ତି। ତୈଳ ଦର ହ୍ରାସ କରି ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ସେ ଆହ୍ବାନ ଦେଇଛନ୍ତି। ବିଧାୟକମାନଙ୍କୁ କିଣିବା, ଅପହରଣ କରିବା ଓ ସରକାରକୁ ଚୋରାଇବା ଭାଜପାର ବ୍ୟବସାୟରେ ପରିଣତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri