ବାସୁଦେବପୁର ବ୍ଲକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ପଦ୍ମପୁର,୨୩।୫(ଡି.ଏନ୍‌.ଏ.): ଅମ୍ଫନ୍‌ ବାତ୍ୟାରେ କ୍ଷତିଗ୍ରସ୍ତ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୧୬ଟି ପଞ୍ଚାୟତକୁ ବିଧାୟକ ବୁଲି ଦେଖିଛନ୍ତି। ଶନିବାର ଅପରାହ୍ନରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବିଭିନ୍ନ ପଞ୍ଚାୟତର ବାତ୍ୟା ପ୍ରଭବରେ ଭାଙ୍ଗି ଯାଇଥିବା ମାଟି ଘରଗୁଡିକ ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକଙ୍କ ସମସ୍ୟା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। କରୋନା ରୋଗୀଙ୍କ ପରୀକ୍ଷା ପାଇଁ ବିଡ଼ିଓଙ୍କ ମାଧ୍ୟମରେ ବାସୁଦେବପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଦୁଇଟି ସ୍କ୍ରିନିଂ ମେଶିନ୍‌ ପ୍ରଦାନ କରିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ବିଡ଼ିଓ ପ୍ରଣବ କୁମାର ବେହେରା, ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ ଓ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ମାନେ ଉପସ୍ଥିତ ଥିଲେ।