ବାସନାପଲ୍ଲୀ ରାଜସ୍ବ ଗ୍ରାମ ଏନ୍‌ଏସିରେ ମିଶିବାକୁ ରାଜି

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.) -ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍‌ଏସିର ଆଖପାଖ ଅଞ୍ଚଳକୁ ସାମିଲ କରି ମ୍ୟୁନିସିପାଲିଟି କରିବା ପାଇଁ ସ୍ଥିର ହୋଇଛି। ଚିକଲଖଣ୍ଡି ପଞ୍ଚାୟତ ବାସନାପଲ୍ଲୀ, ଶାନ୍ତିନଗର, ଦାମିୟନ ନଗରର କେତେକ ଲୋକ ମଙ୍ଗଳବାର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଛତ୍ରପୁର ଏନ୍‌ଏସିରେ ମିଶିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ଡୁଡା ପିଡି ଏବଂ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଗୋଟିଏ ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବାକୁ ହେଲେ ଜନସଂଖ୍ୟା ୨୫ ହଜାରରୁ ଉର୍ଦ୍ଧ୍ୱ ହେବା ଆବଶ୍ୟକ। ୨୦୧୧ ଜଣଗଣନା ଅନୁସାରେ ଛତ୍ରପୁର ଏନ୍‌ଏସିର ଜନସଂଖ୍ୟା ୨୨,୦୨୭, ରାଜସ୍ବ ଗ୍ରାମ ଜି.ଏନ. ପାଲମର ଜନସଂଖ୍ୟା ୧୯୫୪ ଓ ପୁରୁଣା ଛତ୍ରପୁରର ଜନସଂଖ୍ୟା ୨୮୪୫ ଥିଲା। ଏହାକୁ ମିଶାଇଲେ ମୋଟ ଜନସଂଖ୍ୟା ୨୬,୮୨୬। ପୂର୍ବରୁ ଦୁଇଟି ରାଜସ୍ବ ଗ୍ରାମ ଛତ୍ରପୁର ଏନ୍‌ଏସିରେ ମିଶିବାକୁ ସହମତି ଦେଇସାରିଛନ୍ତି। ଛତ୍ରପୁର ସମେତ ଅନ୍ୟ କେତୋଟି ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଦେବାକୁ ଜଣେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏହା ଉପରେ ପଦକ୍ଷେପ ନେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ନିକଟସ୍ଥ ଚିକଲଖଣ୍ଡି, କଣମଣା, ଅଗସ୍ତିନୂଆଗାଁ ଓ ପୋଡାପଦର ପଞ୍ଚାୟତକୁ ଚିଠି କରି ନିଜ ଅଧୀନରେ ଥିବା ଗୋଟିଏ ଲେଖାଏ ରାଜସ୍ବ ଗାଁ କୁ ଏନଏସିରେ ମିଶ୍ରଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲାା ଛତ୍ରପୁର ଏନଏସିରେ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର, ଅଗସ୍ତିନୂଆଗାଁର ଜି.ଏନ୍‌. ପାଲମ ରାଜସ୍ବ ଗାଁ ମିଶିବାକୁ ରାଜି ହୋଇଥିବା ନେଇ ପଞ୍ଚାୟତ ପକ୍ଷରୁ ଚିଠି ଆସିଥିଲା। ଅନ୍ୟପକ୍ଷରେ ଚିକଲଖଣ୍ଡି ପଞ୍ଚାୟତ ପକ୍ଷରୁ ତାର ରାଜସ୍ବ ଗ୍ରାମ ବାସନାପଲ୍ଲୀକୁ ଏନଏସିରେ ମିଶ୍ରଣ ପାଇଁ ମନା କରି ଦିଆଯାଇଥିଲା। ପୋଡାପଦର ପଞ୍ଚାୟତ ପକ୍ଷରୁ କୌଣସି ଉତ୍ତର ଆସି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri