Categories: ଜାତୀୟ

ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି: ୬୨ ତମ ମନ୍‌ କି ବାତ୍‌ରେ କହିଲେ ମୋଦି

ନୂଆଦିଲ୍ଲୀ,୨୩।୨: ଦେଶରେ ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି। ସମାଜିକ ବାଧାବିଘ୍ନକୁ ଅତିକ୍ରମ କହି ବାଳିକା ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି। ଏହା ଭାରତ ପାଇଁ ଏକ ଗୌରବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୨ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଦେଶର ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ଯୋଗଦେବାରେ ଲାଗିଛନ୍ତି। ଏହା ଭାରତ ଲାଗି ଏକ ନୂଆ ପରିବେଶ ସୃଷ୍ଟି କରୁଥିବା ସେ କହିଛନ୍ତି। ନୂଆ ଭାରତ ପଛକୁ ଫେରି ଚାହିଁବାକୁ ଇଛା ପ୍ରକାଶ କରୁ ନାହିଁ। ସେହିଭଳି ଯୁବବର୍ଗଙ୍କ ମଧ୍ୟରେ ବିଜ୍ଞାନ ଏବଂ ମହାକାଶକୁ ଦେଇ ଆଗ୍ରହ ପରିଲକ୍ଷିତ ହେଉଛି। ଜୈବ ବିବିଧତା କ୍ଷେତ୍ରରେ ମଧ୍ୟ ଭାରତ ଆଗୁଆଥିବା ସେ କହିଛନ୍ତି। ମେଘାଳୟ ଗୁମ୍ଫାରୁ ମିଳିଥିବା ଦୁର୍ଲଭ ପ୍ରଜାତିର ମାଛ ସମ୍ପର୍କରେ ମଧ୍ୟ ମୋଦି ଏହି ଅବସରରେ ସୂଚନା ଦେଇଛନ୍ତି।

Share