ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ: ଶପଥ ନେଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୪।୧୦ – ଢେଙ୍କାନାଳ ଜିଲା ପ୍ରଶାସନ, ଆକ୍ସନ ଏଡ୍‌ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ଗୋବିନ୍ଦପୁରସ୍ଥିତ କାମାକ୍ଷା ପ୍ରସାଦ ହାଇସ୍କୁଲରେ ‘ବାଲ୍ୟ ବିବାହକୁ ନା ଏବଂ ବିଦ୍ୟାଳୟକୁ ହଁ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।
ଏହି ଅବସରରେ ଶିକ୍ଷାର ଆବଶ୍ୟକତା, ବାଲ୍ୟ ବିବାହ ପରବର୍ତ୍ତୀ ସମୟରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବାଲ୍ୟବିବାହ ନ କରିବା, ଏହାକୁ ସମର୍ଥନ ନ ଦେବା ଏବଂ ଆଖପାଖ ଅଞ୍ଚଳରେ ଏପରି ବେନିୟମ କାର୍ଯ୍ୟ ହେଉଥିଲେ ସ୍ବର ଉଠାଇବା ନେଇ ପିଲାମାନେ ଶପଥ ନେଇଥିଲେ। ଏହାପରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା। ବିଇଓ ନିତ୍ୟାନନ୍ଦ ବାରିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସ୍ନା ରାୟ, ପ୍ରଧାନ ଶିକ୍ଷକ ଅକ୍ଷୟ ପତି, ମଣ୍ଡଳ ପରିଦର୍ଶିକା ନିବେଦିତା ତ୍ରିପାଠୀ, ଚାଇଲ୍ଡ ଲାଇନ ସଦସ୍ୟ ସନନ୍ଦ କୁମାର ବେହେରା, ଆକ୍ସନଏଡ୍‌ର ଜିଲା ସଂଯୋଜିକା ଅଙ୍ଗୁର ମିଶ୍ରଙ୍କ ସମେତ ଅଙ୍ଗନଓ୍ବାଡି କର୍ମୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri