ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା

ବାଲେଶ୍ୱର ଅଫିସ,୨୬।୧୦-ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଗତ ୩ଦିନ ଧରି ବର୍ଷା ଲାଗି ରହିବାରୁ ଶୁକ୍ରବାର ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟ ବୁଡ଼ିଯିବା ସହ ଘର ଭିତରେ ପାଣି ପଶିଛି। ସହରର ବିଭିନ୍ନ ନାଳ ଏବଂ ମହାନାଳକୁ ସମୟ ଅନୁସାରେ ସଫେଇ କରାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
ଜିଲାର ସହର ଉପକଣ୍ଠ ନୂଆସାହି ସିଟି କ୍ଲିନିକ୍‌ ଛକରେ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଚାଲିଛି। ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ବର୍ଷାପାଣି ଜମି ରହିଛି। ମେଡ଼ିକାଲର ସର୍ଜରୀ ୱାର୍ଡ଼ରେ ଗୁରୁବାର ରାତିରେ ପାଣି ପଶିଯିବା ସହିତ ବାରଣ୍ଡାରେ ପାଣି ଜମିଯାଇଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ନାହଁି ନ ଥିବା ହଇରାଣ ହୋଇଛନ୍ତି। ଜିଲାର ଗୁଡ଼ିପଦା, ସିଟି କ୍ଲିନିକ୍‌ ଛକ, ନୂଆସାହି, ପୋଷ୍ଟାଲ କଲୋନୀ, ଗୋପାଳଗାଁ, ରାଣୀପାଟଣା, ସିନେମାଛକ, ନୂଆବଜାର ଭଳି ବିଭିନ୍ନ ସ୍ଥାନରେ ଡ୍ରେନ୍‌ ପାଣି ଢ଼େଉ ଖେଳୁଛି। ତଳିଆ ଅଞ୍ଚଳର ଲୋକମାନଙ୍କ ଘରେ ପାଣି ପଶି ଯାଇଥିବାରୁ ସେମାନେ ଘରଦ୍ୱାର ଛାଡ଼ି ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ଅଦ୍ୟାବଧି ପହଞ୍ଚତ୍ ନ ଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଜିଲାରେ ହାରାହାରି ୧୨୭.୮୦ ମି.ମି. ବର୍ଷା ହୋଇଥିବା ବେଳେ ଭୋଗରାଇରେ ବ୍ଲକରେ ୧୫୬.୨ ମି.ମି., ଜଳେଶ୍ୱରରେ ୧୩୭ ମି.ମି., ବାଲିଆପାଳରେ ୧୪୮ ମି.ମି., ବସ୍ତାରେ ୮୬ ମି.ମି., ବାଲେଶ୍ୱରରେ ୧୪୫ ମି.ମି., ରେମୁଣାରେ ୧୭୫ ମି.ମି., ନୀଳଗିରିରେ ୧୩୪.୪ମି.ମି., ସୋରରେ ୧୨୫ମି.ମି., ବାହାନଗାରେ ୧୩୧ ମି.ମି., ସିମୁଳିଆରେ ୧୧୩ ମି.ମି., ଖଇରାରେ ୧୧୦ ମି.ମି., ଔପଦା ବ୍ଲକରେ ୭୩ ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀ କାଳୀନ ଅଧିକାରୀ ଅଭୟ କୁମାର ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କୌଣସି ଜାଗାରେ ବନ୍ୟା ପରିସ୍ଥିତି ଉପୁଜି ନ ଥିବାବେଳେ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri