ବାଲେଶ୍ୱର ଲିଙ୍କ୍‌କୁ ନେଇ ଉତ୍ତେଜନା

ଟିଟିଲାଗଡ଼,୨୪।୪(ଡି.ଏନ.ଏ.)-ମହାମାରୀ କରୋନା ରେଡ୍‌ ଜୋନ୍‌ ଭାବେ ପରିଚିତ ବାଲେଶ୍ୱର ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ପହଞ୍ଚତ୍ବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ା ସହରର ହାଟପଦା ପଡାର ଏକ ଘରେ ସମ୍ପୃକ୍ତ ବ୍ୟକ୍ତି ରହିଥିବା ଖବର ପାଇ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଏହାକୁ ବିରୋଧ କରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲା ା ପରେ ଉକ୍ତ କର୍ମଚାରୀଙ୍କୁ ପୋଲିସ ଚଲାଇ ଚଲାଇ ସେଠାରୁ ନେଇ କ୍ୱାରାଣ୍ଟାଇନରେ ରଖିଥିବା ଖବର ମିଳିଛି ା ପ୍ରଶାସନର ଅଗୋଚରରେ ଘୁରି ବୁଲୁଥିବା ଏପରି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ା