ବାଲେଶ୍ୱର ବିଧାନସଭା : ବିଜେଡି ୬, ଭାଜପା ୨

ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲାର ୮ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ଟି ଆସନରୁ ଭାଜପା ବିଜୟଲାଭ କରିଥିବାର ଜଣାପଡ଼ିଛି। ଜଳେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ଅଶ୍ବିନୀ ପାତ୍ର ୩୫୭୪୬ , ଭୋଗରାଇରୁ ବିଜେଡି ପ୍ରାର୍ଥୀ ଅନନ୍ତ ଦାସ ୧୬୮୭୫ , ବସ୍ତାରୁ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ ୧୨୨୨୮, ବାଲେଶ୍ୱର ସଦରରୁ ଭାଜପା ପ୍ରାର୍ଥୀ ମଦନମୋହନ ଦତ୍ତ ୧୩୪୦୬, ରେମୁଣାରୁ ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡ଼ା ୪୯୭୫, ନୀଳଗିରିରୁ ଭାଜପା ପ୍ରାର୍ଥୀ ସୁକାନ୍ତ ନାୟକ ୧୫୭୭, ସୋରରୁ ବିଜେଡି ପ୍ରାର୍ଥୀ ପର୍ଶୁରାମ ଧଡ଼ା ୪୯୩୬ ଏବଂ ସିମୁଳିଆରୁ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୧୪୯୫୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।