ବାଲେଶ୍ୱର ଜିଲା ଚିଠି: ଶିଶୁ ସୁରକ୍ଷା ଯୋଜନା

ପଞ୍ଚାୟତସ୍ତରରେ ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ। ଅସୁରକ୍ଷିତ ପିଲାଙ୍କୁ ଉଦ୍ଧାର କରି ଜିଲା ଶିଶୁ କମିଟି ମାଧ୍ୟମରେ ଥଇଥାନ କରାଯିବା ଉଦ୍ଦେଶ୍ୟରେ ଜିଲାର ସବୁ ପଞ୍ଚାୟତରେ ଉକ୍ତ କମିଟି ଗଠନ କରାଯାଇଛି। ବାସ୍ତବରେ ଜିଲାର ଅଧିକାଂଶ ପଞ୍ଚାୟତରେ ଏହି କମିଟି ଗଠନ ହୋଇ ନ ଥିବାବେଳେ ଯେଉଁଠାରେ ଗଠନ ହୋଇଛି ସେଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇ କେବଳ କାଗଜକଲମରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କାମ ଚଳାଇ ଚାଲିଥିବା ଓଏସିଆର୍‌ (ଓଡ଼ିଶା ଆଲିଆନ୍ସ ଫର୍‌ ଚାଇଲ୍ଡ ରାଇଟ୍‌ସ) ପକ୍ଷରୁ ହୋଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ନିୟମ ଅନୁଯାୟୀ, ଜିଲାରେ ସବୁ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯିବ। ଉକ୍ତ କମିଟିରେ ସଭାପତି ଭାବେ ସରପଞ୍ଚ, ସମ୍ପାଦକ ଭାବେ ଅଙ୍ଗନୱାଡ଼ିର ସୁପରଭାଇଜର, ସଦସ୍ୟ ଭାବେ ଜଣେ ଏଏନ୍‌ଏମ୍‌, ଅଙ୍ଗନୱାଡ଼ିର ଜଣେ କର୍ମୀ, ଦୁଇଜଣ ପିଲା, କ୍ଲବ କି ଏନ୍‌ଜିଓ ସଂସ୍ଥାରୁ ଜଣେ ସଦସ୍ୟ ଏବଂ ଉକ୍ତ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରାଯିବାର ସ୍ଥିର ହୋଇଛି। ନିକଟରେ ବାଲେଶ୍ୱର ଜିଲା ରେମୁଣା ବ୍ଲକର ୩ଟି ପଞ୍ଚାୟତକୁ ନେଇ ଓଏସିଆର୍‌ ପକ୍ଷରୁ ଏକ ସର୍ଭେ କରାଯାଇ ନିରୁତ୍ସାହଜନକ ତଥ୍ୟ ସାମ୍ନାକୁ ଆସିଛି। ଶିଶୁଙ୍କ ସୁରକ୍ଷା ପାଇଁ ଏହି ଯୋଜନା କରାଯାଇଥିଲେ ମଧ୍ୟ ଜନସାଧାରଣଙ୍କ ସମେତ ଖୋଦ୍‌ ପଞ୍ଚାୟତର ସରପଞ୍ଚଙ୍କୁ ମଧ୍ୟ କମିଟି ସମ୍ପର୍କରେ ଜଣାନାହଁି। ଆହୁରି ରୋଚକର କଥା ହେଲା, ଏହି କମିଟିଗୁଡ଼ିକରେ ଶିଶୁ ପ୍ରତିନିଧିଙ୍କ ନାମ ନ ଥିବା ଦେଖିବାକୁ ମିଳିଛି। ଜିଲାର ସମସ୍ତ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା କମିଟି ଗଠନ ହୋଇ ନ ଥିବାବେଳେ ଯେଉଁଗୁଡ଼ିକରେ ହୋଇଛି ଉକ୍ତ କମିଟିର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାରଙ୍କ ଅନ୍ୟ ଯୋଜନା ପରି ଏହି ଯୋଜନା କେତେଦୂର ସଫଳ ହେଉଛି ତାହା ଏଥିରୁ ସ୍ପଷ୍ଟ ବୁଝାପଡୁଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଜ୍ଞାତରେ ଜିଲାର ସମସ୍ତ ପଞ୍ଚାୟତରେ ଉକ୍ତ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ଅନ୍ୟ କେଉଁଠି ନୂତନ ଭାବରେ ତିଆରି କରାଯାଇଥିବା ପଞ୍ଚାୟତଗୁଡ଼ିକରେ ଟ୍ରେନିଂ ଦିଆଯାଇ ନ ଥିବା କାରଣରୁ ତାହା କାର୍ଯ୍ୟକାରୀ ହୋଇପାରୁନାହଁି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସଚେତନତା ଅଭାବରୁ ଉକ୍ତ ଯୋଜନାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ପଛରେ ପଡ଼ିଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ସରକାରଙ୍କ କୋଟି କୋଟି ଟଙ୍କା ଏ ଦିଗରେ ଖର୍ଚ୍ଚ ହେଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଦୁଃଖର ବିଷୟ ହୋଇଛି।

– ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri