ବାଲେଶ୍ୱରରେ ଯୁବତୀ ଚାଲାଣ ର଼୍ୟାକେଟ୍‌ ସକ୍ରିୟ: ଟେର୍‌ ପାଉନି ପୋଲିସ

ବାଲେଶ୍ୱର ଅଫିସ, ୫।୬-ବାଲେଶ୍ୱର ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ୍‌ ସକ୍ରିୟ ହୋଇପଡ଼ିଛି। ପୋଲିସର କୋହଳ ତଦନ୍ତ ଯୋଗୁ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହେଉଛନ୍ତି। ଗୁରୁବାର ଏନେଇ ଜିଲା ନାରୀସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର ଅଭିଯୋଗ କରିଛନ୍ତି।
କିଛିଦିନ ପୂର୍ବରୁ ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଏକ କମ୍ପାନୀ ମାଧ୍ୟମରେ ଦେଶବିଦେଶର ବିଭିନ୍ନ ଅଞ୍ଚଳର ଯୁବତୀମାନଙ୍କ ସହ ଯୋଗସୂତ୍ର ରଖୁଥିଲେ। ସେମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲାକୁ ଆଣି କିଛିଦିନ ରଖିବା ପରେ ସେମାନେ କୁଆଡ଼େ ଯାଆନ୍ତି କୌଣସି ଖୋଜଖବର ମିଳି ନ ଥାଏ। ଏହିଭଳି ଭାବେ ଉକ୍ତ ବ୍ୟକ୍ତି ଗତ ମାର୍ଚ୍ଚ ୧୧ ତାରିଖରେ ବାଙ୍ଗାଲୋରର ଜଣେ ୨୩ ଓ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଆଣି ମହାରାଜପୁର ଗ୍ରାମରେ ପହଞ୍ଚିଥିଲେ। ତାଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ସେ ଉଭୟ ଯୁବତୀଙ୍କୁ ନେଇ ଉକ୍ତ ଗ୍ରାମରେ ଥିବା ମାମୁ ଘରେ ରଖିଥିଲେ। ସେଠାରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଏନେଇ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚତ୍ ୨ ଯୁବତୀଙ୍କୁ ଉଦ୍ଧାର କରି ମାର୍ଚ୍ଚ ୧୨ରେ ଜିଲା ନାରୀ ସଂଘ ସୁଧାର ଗୃହରେ ରଖିଥିଲେ। ତେବେ ଲକ୍‌ଡାଉନ୍‌ ସମୟରେ ଉଭୟ ଯୁବତୀଙ୍କ ଜାଲ ଆଧାରକାର୍ଡ଼ ଦେଖାଇ ପୋଲିସ ସେ ଦୁହିଁଙ୍କୁ ନାରୀସଂଘରୁ ଆଣି ଅନ୍ୟତ୍ର ପଠାଇ ଦେବା ପାଇଁ ଉଦ୍ୟମ କରୁଥିବା ବେଳେ ନାରୀସଂଘର ସଭାପତି ମହାପାତ୍ର ଏହା ଏକ ଯୁବତୀ ଚାଲାଣ ସମ୍ବନ୍ଧୀୟ ଘଟଣା ବୋଲି ଗତ ମାର୍ଚ୍ଚ ୨୩ରେ କ୍ରାଇମ୍‌ବ୍ରାଞ୍ଚ ଆଡ଼ିଶନାଲ ଡିଜିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର ଓ କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡା ଉକ୍ତ ଅଭିଯୋଗକୁ ଗୁରୁତ୍ୱ ଦେଇ ଖନ୍ତାପଡ଼ା ଥାନା ଅଧିକାରୀ ସଞ୍ଜୟ ପରିଡ଼ାଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେଠାକାର ପୋଲିସ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆ ନ ଯିବାରୁ ନାରୀସଂଘର ସଭାପତି ମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉକ୍ତ ବ୍ୟକ୍ତି ବାରମ୍ବାର ଦେଶର ବିଭିନ୍ନ ସହରରୁ ଯୁବତୀମାନଙ୍କୁ ଆଣିବାର କିଛିଦିନ ପରେ ସେମାନଙ୍କ କୌଣସି ଖୋଜଖବର ନ ମିଳିବା, ପୋଲିସ ସହାୟତାରେ ଜାଲ ଆଧାରକାର୍ଡ଼ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ଯୁବତୀ ଚାଲାଣ ର଼୍ୟାକେଟ୍‌ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୁରୁବାର ବାଙ୍ଗାଲୋରର ଉକ୍ତ ୨୦ବର୍ଷୀୟ ଯୁବତୀଙ୍କ ଭଉଣୀ ନାରୀସଂଘରେ ପହଞ୍ଚତ୍ ଉଭୟଙ୍କୁ ନିଜ ଦାୟିତ୍ୱରେ ବାଙ୍ଗାଲୋର ଫେରାଇ ନେଇଥିବା ଜାଣିବାକୁ ମିଳିଛି।
ଏ ସମ୍ପର୍କରେ କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡା କୁହନ୍ତି, ଅଭିଯୋଗ ପାଇବା ପରେ ଖନ୍ତାପଡ଼ା ଥାନାଧିକାରୀଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଅବଗତ ନ ଥିବା ଓ ଏହା ଉପରେ ଗୁରୁତ୍ୱ ଦେଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri