ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି: ସ୍ଥିତି ତଦାରଖ କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ସମ୍ପର୍କରେ ତଦାରଖ କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ ନେଇ ଅଧିକାରୀଙ୍କୁ କୁହାଯାଇଛି। କ୍ୱାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ସାମ୍ପଲ ଟେଷ୍ଟ ହେବା ନେଇ ମଧ୍ୟ ଆଲୋଚନା ହୋଇଛି। ଏହି ଅବସରରେ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସହ ଜିଲାପାଳ, ଏସ୍‌ପି ଓ ସିଡିଏମ୍‌ଓ ପ୍ରମୁଖ ଉପସ୍ଥିତ ଅଛନ୍ତି।