ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା

ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟରାଲରେ ଚିକିତ୍ସାଧୀନ ଅଛନ୍ତି।
ଆଜି ଚିହ୍ନଟ ଆକ୍ରାନ୍ତମାନେ ବାହାନଗା ବ୍ଳକର କୁକୁଡ଼ା, କୁଚିଆକୋଇଲି, ବରିପଦା ପଞ୍ଚାୟତର ୨୫ ଏବଂ ଔପଦା ବ୍ଲକର ୭ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ କୋଲକାତା, ୨୪ ସୁରଟ, ୨ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ଜଣେ କଣ୍ଟେନମେଣ୍ଟ ଜୋନର। ସେହିପରି ଅନ୍ୟ ୩ଜଣ ଲୋକାଲ ଲୋକ ହୋଇଥିବା ବେଳେ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜିଲା କୋଭିଡ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡ଼ିଛି ।