ବାଲେଶ୍ୱରକୁ ପଛରେ ପକାଇଲା ଯାଜପୁର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସକାଳେ ୬୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି। ତେବେ ରାଜ୍ୟରେ ଗଞ୍ଜାମ ଜିଲା ୨୭୭ ସଂକ୍ରମିତ ସହ ଶୀର୍ଷ ସ୍ଥାନରେ ପହଞ୍ଚିଛି। ସେହିପରି ବାଲେଶ୍ୱରକୁ ପଛରେ ପକାଇ ଯାଜପୁର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଯାଜପୁରରେ ଶନିବାର ୩୧ ନୂଆ ପଜିଟିଭ ଚିହ୍ନଟ ହେବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୦୨।

ସୂଚନାଯୋଗ୍ୟ, ୭୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ସୁସ୍ଥ ହୋଇସାରିଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି। ୫୬୮ଟି କେସ୍‌ ଆକ୍ଟିଭ ରହିଛି।