ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରମାନେ ପୁରୀ ବେଳାଭୂମୀରେ ହୃଦୟସ୍ପର୍ଶୀ ବାଲୁକାକଳା ପ୍ରଦର୍ଶନ କରିଛନ୍ତି। ଟୁଇଟର ପୃଷ୍ଠାରେ ଏହାର କିଛି ଫଟୋ ସେ ଶେୟାର କରି ସମସ୍ତଙ୍କୁ ମହାଶିବରାତ୍ରି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଶିବ ସମସ୍ତଙ୍କୁ ଶାନ୍ତି, ଖୁସି ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।