ବାଲୁକାକଳାରେ ‘ବିଶ୍ୱ ଯୋଗ ଦିବସ’

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ନିଜ ଉତ୍କୃଷ୍ଟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି। ଏହି ଦିବସର ଆବଶ୍ୟକତାକୁ ମନେ ପକାଇ ସୁଦର୍ଶନ ସୂର୍ଯ୍ୟ ନମସ୍କାର ସମ୍ବନ୍ଧିତ ସମସ୍ତ ଆସନଗୁଡ଼ିକୁ ନିଜ ବାଲୁକାକଳାରେ ସ୍ଥାନ ଦେଇଛନ୍ତି।