ବାଲି ଚୋରା ଚାଲାଣ: ୩ ଟ୍ରାକ୍ଟର ଜବତ

ଚିତ୍ରଡା,୧୫ା୫(ଡି.ଏନ୍‌.ଏ.)- ବାଲି ଚୋରା ଚାଲାଣ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ତହସିଲ ଅନ୍ତର୍ଗତ ଗଣ୍ଡଗୁହାଳି ବାଲି ଘାଟରେ ଗୁରୁବାର ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ଚଢ଼ାଉ କରି ୩ଟି ଟ୍ରାକ୍ଟର ଜବତ କରିଛନ୍ତି। ଜବତ ଟ୍ରାକ୍ଟର ୩ଟିକୁ ଚିତ୍ରଡା ଫାଣ୍ଡିରେ ରଖାଯାଇଛି। ଏହି ଟ୍ରାକ୍ଟରଗୁଡ଼ିକର କାଗଜପତ୍ର ଠିକ୍‌ ନ ଥିବାରୁ ପ୍ରତେକ ଟ୍ରାକ୍ଟରଠାରୁ ୨୦୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।