ବାଲିପଟା ଗ୍ରାମବାସୀଙ୍କ ଶପଥ: ନିଯୁକ୍ତି, ଥଇଥାନ ନ ହେଲେ ଛଡାଯିବନି ଜମି

କଣିହାଁ, ୧୯।୮(ଡି.ଏନ.ଏ.) କଣିହାଁ ବ୍ଲକ କାକୁଡିଆ ପଞ୍ଚାୟତ ବାଲିପଟ୍ଟା ଗ୍ରାମର ୨ ସାହିରେ କୋଇଲା ଖଣି ପ୍ରକଳ୍ପ ପାଇଁ ଏନ୍‌ଟିପିସି ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ନ ମିଳିଲେ ଖଣି ପାଇଁ ଆଦୌ ଜଗା ଛଡାଯିବନି ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ରବିବାର ଗ୍ରାମର ଭଣେଶ୍ୱରୀ ପୀଠରେ ଏକ ବୈଠକ ବସିଥିଲା। ଏଥିରେ ଗ୍ରାମର ଉପର ସାହି ଓ ତଳ ସାହିର ସଭାପତି ଯୋଗଦେଇ କହିଥିଲେ, ଗ୍ରାମର ଜାଗାକୁ ମନ୍ଦାକିନୀ (ଖ) କୋଇଲା ଖଣି ପ୍ରକଳ୍ପ ଏନ୍‌ଟିପିସି ଲିମିଟେଡ ଅଧିଗ୍ରହଣ କରିବାକୁ ୨୦୧୬ ଏପ୍ରିଲରେ ନୋଟିସ ପ୍ରକାଶ କରିଥିଲା। ଏହି ଜମି ଅଧିଗ୍ରହଣ ହେଲେ କଲ୍ୟାଣପୁର ମୌଜା ସହିତ ବାଲିପଟା ଗ୍ରାମର ଉପର ସାହି ଓ ତଳସାହିର ୨ ଶହରୁ ଊର୍ଦ୍ଧ୍ୱ ପରିବାର ଜମିବାଡି, ଜଙ୍ଗଲ ଓ ବାସଗୃହ ହରାଇବେ ବୋଲି ଜଣାପଡିବା ପରେ ଗ୍ରାମବାସୀଙ୍କ ୧୨ ଦଫା ଦାବି ସମ୍ପର୍କରେ ପ୍ରଶାସନ ଓ ପ୍ରକଳ୍ପର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ଉତ୍ତର ମିଳି ନ ଥିବାବେଳେ ୨୦୧୯ ଅଗଷ୍ଟ ୧୦ରେ ଗ୍ରାମ ସଭାପତିଙ୍କୁ କୋଇଲା ଖଣି ପ୍ରକଳ୍ପ, ଏନ୍‌ଟିପିସି ତରଫରୁ ନୋଟିସ ଜାରି କରାଯାଇଛି। ହେଲେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କମ୍ପାନୀକୁ ଗ୍ରାମରେ ପୂରାଇ ଦିଆଯିବ ନାହିଁ ବୋଲି ୨ ସାହି ସଭାପତି ସୁଶାନ୍ତ ପ୍ରଧାନ, ବାବୁଲି ସାହୁ, କମିଟି ସଦସ୍ୟ ଦୁର୍ଯ୍ୟୋଧନ ଜେନା, ଦେବରାଜ ରାଉଳ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri