ବାଲିଚର ହୋଇ ଚାଷଜମି ନଷ୍ଟ

ଦେଓଗାଁ,୧୬ା୮(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ଦେଓଗାଁ ଯୋଗୀସାଗର ତଳ ଅଞ୍ଚଳର ହାରାହାରି ୨୦ହେକ୍ଟର ଧାନଚାଷ ଜମି ବାଲିଚର ହୋଇ ନଷ୍ଟ ହୋଇଯାଇଛି । ଯୋଗୀସାଗରରୁ ନୂଆଁମୁଡା ଦେଇ ଏକ କେନାଲ ଯାଇଛି । ଉକ୍ତ କେନାଲରେ ଯୋଗୀସାଗରର ବଳକା ପାଣି ନିଷ୍କାଷିତ ହେବାପାଇଁ ପୂର୍ବରୁ ଦେଓଗାଁ ଜରାସିଂହା ପୂର୍ତ୍ତରାସ୍ତା ଉପରେ ଗୋଟିଏ ପୋଲ ରହିଥିଲା । ଉକ୍ତ ପୋଲକୁ ବିଭାଗ ତରଫରୁ କିଛିମାସ ତଳେ ଚଉଡା କରାଯାଇ ଦୁଇଟି ପୋଲ ନିର୍ମାଣ କରାଯାଇଛି । ହେଲେ ସମ୍ପୃକ୍ତ ଠିକାଦାର ପୋଲ ସାମ୍ନାରୁ ମାଟି ନ କାଢ଼ି ବେପରୁଆ ଭାବେ ଛାଡିଦେଇଥିଲେ । ଚାଷୀ ଲକ୍ଷ୍ମଣ ପୋଢଙ୍କ ଅଭିଯୋଗ ସତ୍ତ୍ୱେ ମଧ୍ୟ ଠିକାଦାର ମାଟିକୁ କାଢି ନ ଥିଲେ। ଏଥିଯୋଗୁ ବନ୍ୟାପାଣି ଉକ୍ତ ପୋଲଦେଇ ନିଷ୍କାଷିତ ହୋଇ ନ ପାରି ଚାଷଜମିକୁ ମାଡି ଆସିଥିଲା । ଫଳରେ ସାଗରତଳ ଅଞ୍ଚଳର ପ୍ରାୟ ୨୦ ହେକ୍ଟର ଧାନରୋପଣ ହୋଇସାରିଥିବା ଚାଷଜମି ବାଲିଚର ହୋଇ ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର କ୍ଷତିଗ୍ରସ୍ତ ଚାଷୀଙ୍କୁ ନେଇ ଏକ ବୈଠକ ବସିଥିଲା। ବର୍ଷା ଛାଡିବାର ଦୁଇଦିନ ବିତିଥିଲେ ମଧ୍ୟ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହୋଇଥିବା କ୍ଷତିର ଉଚିତ କ୍ଷତିପୂରଣ ପ୍ରଦାନ ଦାବିକୁ ନେଇ ସମସ୍ତ ଚାଷୀ ଆଇନର ଆଶ୍ରୟ ନେବାକୁ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏଥିସହ ଖେତରେ ଚରି ଯାଇଥିବା ବାଲିକୁ ଉଠାଇବା, ଭାଙ୍ଗିଥିବା ଆଡିକୁ ମରାମତି କରିବା ତଥା କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚ୍‌ିତ କ୍ଷତିପୂରଣ ପ୍ରଦାନ କରା ନଗଲେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଲକ୍ଷ୍ମଣ ପୋଢ଼, ଶୈଲେଶ କୁମାର ସାହୁ, ବେଣୁଧର ଦଲାଇ, ପରକ୍ଷିତ ଦଳାଇ, ଶୁଭ୍ରାଂଶୁ ଶେଖର ସାହୁ, କିଶୋର ଦଲାଇ ପ୍ରମୁଖ ଚାଷୀ ଚେତାବନୀ ଦେଇଛନ୍ତି । ଏ ନେଇ ସମ୍ପୃକ୍ତ ବିଭାଗର ଏସଡିଓ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ପଚାରିବାରୁ କାମ ସରିନାହିଁ, ବନ୍ୟା ହଠାତ ଆସିବାରୁ ଚାଷୀଙ୍କ କ୍ଷତି ହୋଇଛି। ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri