ବାଲିଗୁଡାରେ ଗଣେଶ ପୂଜା

ବାଲିଗୁଡା,୨।୯(ଡି.ଏନ.ଏ):ବାଲିଗୁଡା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଜାନନଙ୍କର ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛିl ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୁଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା ନିକେତନ, ଆଦିବାସୀ ମହାବିଦ୍ୟାଳୟ, ବନବାସୀ ସେବା ସମିତି, ଆର.ଜେ.ଏଜୁକେସନାଲ ଇନଷ୍ଟିଚ୍ୟୁସନ, ଉପାସନା ଏଜୁକେସନ ଟ୍ରଷ୍ଟ ଓ ବଡଗାଁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନ୍ଧିରିଗାଁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସିପାଞ୍ଜିରିର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସାରେ ଟାଉନର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପୂଜା ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।