ବାଲିଗୁଡ଼ା କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ: ସ୍ବାଗତ କଲା ଓକିଲ ସଂଘ

ବାଲିଗୁଡା,୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା କୋର୍ଟରେ ନୂତନ ଉପଖଣ୍ଡ ବିଚାରପତି (ଏସ୍‌ଡିଜେଏମ୍‌) ଭାବେ ଚିନ୍ମୟୀ ଜେନା ଯୋଗ ଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ତାଙ୍କୁ ବାଲିଗୁଡା ଓକିଲ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରକାଶ ଯେ, ଏସ୍‌ଡିଜେଏମ୍‌ ସୌମ୍ୟରୂପ ସାହୁ ଏଠାରୁ ବାରିପଦାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଜେନା ଯୋଗ ଦେଇଛନ୍ତି। ଅତିରିକ୍ତ ଜିଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ, ଜେଏମ୍‌ଏସ୍‌ସି ଶୀତଲ ବର୍ଷାଙ୍କ ସମେତ ସଂଘର ସଭାପତି କୌଶିକ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ସଂଘର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ପଦ୍ମ ଚରଣ ପଣ୍ଡା, ଭାଗୀରଥି ରାଉତରାୟ, ସୁଧାଂଶୁ ମୋହନ ପତି, ସେକ୍‌ ସାଦିକ, ପ୍ରଦୀପ କୁମାର ପାଣିଗ୍ରାହୀ, କ୍ଷମା ସାଗର ପ୍ରଧାନ, ରବୀନ କୁମାର ସାହୁ, ମାନସ ରଞ୍ଜନ ପଣ୍ଡା, ନାରାୟଣ ଚୌଧୁରୀ, ଶିରୀଷ କୁମାର ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିବା ସହ ସ୍ବାଗତ କରିଥିଲେ l