ବାଲି,କୋଇଲା ଗାଡି ଜବତ ଘଟଣାରେ୨ ଡ୍ରାଇଭର କୋର୍ଟଚାଲାଣ

ଭଣ୍ଡାରିପୋଖରୀ,୧୮।୪ (ଡିି.ଏନ୍‌.ଏ.)-ଭଣ୍ଡାରିପୋଖରୀ ପୋଲିସ ଗୁରୁବାର ସକାଳେ ମାଲଦା ରାସ୍ତାରେ ଲକଡାଉନ ସମୟରେ ବାଲି ଓ କୋଇଲା ପରିବହନ କରୁଥିବା ୭ଟି ଗାଡିକୁ ଜବତ କରି ଥାନାରେ ଅଟକ ରଖିଥିଲେ। କୋଇଲା ପରିବହନ କରୁଥିବା ଦୁଇ ପିକ୍‌ଅପ୍‌ ଗାଡିର ଚାଳକ ଧାମନଗର ଥାନା ଦେହୁଡ଼ିଆନନ୍ଦପୁର ଗ୍ରାମର ଗଙ୍ଗାଧର ସାହୁ ଓ ବିସିକେଶନ ବେହେରାଙ୍କୁ ଭଣ୍ଡାରିପୋଖରୀ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା (ନଂ.୭୭/୨୦) ରୁଜୁ ହୋଇଛି।