Categories: ଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି ଲୁଚିଲେ ବି ସେଠାରେ ଭାରତୀୟ ସେନା ପହଞ୍ଚିପାରିବ। ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ସୂଚନା ଦେଇଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ ଚଣ୍ଡିଗଡ଼ଠାରେ ଆୟୋଜିତ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଦି ମେସେଜ୍‌ ଅଫ୍‌ ବାଲାକୋଟ୍‌’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ସେ ଏଭଳି କହିଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣ ଏବଂ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କୌଣସି ପାଲଟା ଆକ୍ରମଣ କରାଯାଇ ନ ଥିଲା। ତେବେ ଗତ ୪୭ ବର୍ଷର ଯୁଦ୍ଧ ଇତିହାସରେ ପ୍ରଥମ ଥର ପାଇଁ ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ଭାରତ ପାଖରେ ରାଫାଲ ଯୁଦ୍ଧ ବିମାନ ଥିଲେ ସ୍ଥିତି ଅନ୍ୟ ପ୍ରକାର ହୋଇଥାନ୍ତା ବୋଲି ସେ କହିଛନ୍ତି। ରାଫାଲକୁ ଆଣିବା ଲାଗି କେବଳ କଥାବାର୍ତ୍ତାରେ ୧୦ ବର୍ଷ ବିତିଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Share