Categories: ଜାତୀୟ

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସଫଳ ହେଲେ ଫୋନ୍‌ରେ ‘ବନ୍ଦର’ କହି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଧନଓ୍ବା

ନୂଆଦିଲ୍ଲୀ,୪।୯: ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ନେଇ ଅପରେଶନ୍‌ ପ୍ରମୁଖ ଏୟାର ମାର୍ଶଲ ସି.ହରି କୁମାର କେତେକ ଗୁପ୍ତ ସୂଚନା ଦେଇଛନ୍ତି। ସେ ଦିନ ହରିଙ୍କର ଜନ୍ମ ଦିନ ଥିଲା। ତେବେ ରାତ୍ର ୧୨ଟାରେ ସେ ସ୍ବାଭାବିକ ଭାବେ ସାଙ୍ଗମାନଙ୍କ ସହିତ ଇଣ୍ଡିଆ ଗେଟ୍‌ ସ୍ଥିତ ଆକାଶ ମେସ୍‌ରେ ଜନ୍ମଦିନ ପାଳନ କରି ହ୍ବିସ୍କି ବଦଳରେ ଲେମ୍ବୁ ପାଣି ପିଇଥିଲେ। ସାଙ୍ଗମାନଙ୍କୁ ଯେଭଳି କୌଣସି ସନ୍ଦେହ ନ ହେବ ସେ ସେହିଭଳି ବ୍ୟବହାର କରିଥିଲେ। ପରେ ତାଙ୍କୁ ଏକା ଦେଖି ବାୟୁସେନା ମୁଖ୍ୟ ବି.ଏସ୍‌. ଧନଓ୍ବା କହିଥିଲେ ଯେ, ଅପରେଶନ୍‌ ସଫଳ ହେଲେ ତାଙ୍କୁ କେବଳ ‘ବନ୍ଦର’ କହି ଫୋନ୍‌ କରିବାକୁ। ଅପରେଶନ୍‌ ସଫଳ ହେବାପରେ ହରି ସେହିଭଳି ଫୋନ୍‌ କରିଥିଲେ ବୋଲି ଏକ ସାକ୍ଷାତ୍‌ କାରରେ କହିଛନ୍ତି।

Share