ବାରିପଦାରେ ହେବ କରୋନା ପରୀକ୍ଷା

ବାରିପଦା ଅଫିସ, ୨୪ା୪- ଆସନ୍ତା ୨୦ ଦିନ ଭିତରେ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ କଲେଜରେ କରୋନା ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛି। ସେହିଭଳି ଗୁରୁବାର ଭିଡ଼ିଓ କନେଫେରେନ୍ସି ମାଧ୍ୟମରେ କୋଭିଡ଼ -୧୯ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲାର ୫ଟି ବ୍ଲକର ସୀମା ପଶ୍ଚିମବଙ୍ଗ ସୀମା ସହିି ଯୋଡ଼ି ହୋଇଥିବା ନେଇ ସେ ଦର୍ଶାଇଥିଲେ। ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ିଥିବାରୁ ମୟୂରଭଞ୍ଜ ଜିଲାରେ ତୁରନ୍ତ ଅଧିକ ସଂଖ୍ୟକ କୋଭିଡ଼-୧୯ ସ୍ବାବ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି। ଏନେଇ ପିଆରଏମ୍‌ ମେଡ଼ିକାଲ କଲେଜରେ ସ୍ବାବ ଟେଷ୍ଟିଙ୍ଗ ସେଣ୍ଟର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିଥିଲେ।