ବାବୁଙ୍କ କ୍ଷମତା ମୋହ

ଡ. ଷ୍ଟାଲିନ୍‌ ମିଶ୍ର

ଭାରତୀୟ ପ୍ରଶାସନିକ ଅଧିକାରୀ କିମ୍ବା ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ଚାକିରି କାଳରେ ଜିଲା, ତହସିଲ ତଥା ବ୍ଲକର ଜନତାଙ୍କ ସମସ୍ୟା ବୁଝିବାକୁ, ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ତଥା ବିକାଶଧାରାକୁ ତ୍ୱରାନ୍ବିତ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇଥାନ୍ତି। ଲୋକପ୍ରତିନିଧିମାନେ ସେପରି ସୁଯୋଗ ପାଇ ନ ଥାନ୍ତି। ସେମାନେ ନିଜ ନିଜ ନିର୍ବାଚନ କ୍ଷେତ୍ର ମଧ୍ୟରେ ସୀମିତ। ନେତାମାନଙ୍କ ଉପରେ ଦଳୀୟ ଶୃଙ୍ଖଳା ଲାଗୁ ହୁଏ, ସେମାନେ ଚାହିଁଲେ ବି ଖୋଲାଖୋଲି ନିଜ ଦଳ କିମ୍ବା ସରକାର ବିରୋଧରେ ମନ୍ତବ୍ୟ ଦେଇପାରନ୍ତି ନାହିଁ। ଅନିଚ୍ଛାକୃତ ଭାବେ ଦଳୀୟ ତଥା ସରକାରୀ ଅନୀତିକୁ ସମର୍ଥନ କରିଥାନ୍ତି ଅଥବା ନୀରବ ରହିଥାନ୍ତି। କିନ୍ତୁ ବାବୁମାନେ ଏସବୁ ଶୃଙ୍ଖଳରୁ ମୁକ୍ତ। ସେମାନଙ୍କୁ ସରକାରୀ ତଥା ଦଳୀୟ ଚାପରେ କାମ କରିବାକୁ କେହି ବାଧ୍ୟ କରି ପାରିବେ ନାହିଁ। ଆମ ଦେଶର ସମ୍ବିଧାନ ସରକାରୀ ବାବୁମାନଙ୍କୁ କୌଣସି ରାଜନୈତିକ ଚାପକୁ ଭ୍ରୂକ୍ଷେପ ନକରି ଜନତାଙ୍କ ସେବା କରିବାକୁ ଅଖଣ୍ଡ କ୍ଷମତା ଦେଇଛି। କିନ୍ତୁ ସେମାନେ ଚାକିରି କାଳରେ କେବେ ବି ଜନତାଙ୍କ ହିତସାଧନ ପାଇଁ ସେହି ଅଖଣ୍ଡ କ୍ଷମତା ପ୍ରୟୋଗ କରିନଥାନ୍ତି। ବରଂ ସରକାରଙ୍କ ସମସ୍ତ ଅନୈତିକ କାର୍ଯ୍ୟକୁ ପୂର୍ଣ୍ଣ ସହାୟତା ପ୍ରଦାନ କରିଥାନ୍ତି ତଥା କଳା କାରନାମାରେ ଭାଗୀଦାର ହୋଇ ଅସତ ଧନ ଠୁଳ କରିଥାନ୍ତି।
ଏପରି ଅସତ ବାବୁମାନଙ୍କ ଚିଠା ଲମ୍ବା। ଆମ ରାଜ୍ୟରେ ଏପରି ଅନେକ ବାବୁ କ୍ଷମତା ଲାଳସାରେ ସେବାନିବୃତ୍ତି ପରେ ରାଜନୀତିରେ ପ୍ରବେଶ କରିବା ଦେଖାଯାଏ। ଯେଉଁ ପଦସ୍ଥ ବାବୁମାନେ ନିଜ ଚାକିରି କାଳରେ ସମସ୍ତ ସୁବିଧା ସୁଯୋଗ ପାଇ ମଧ୍ୟ ଦେଶ ତଥା ଜନତାଙ୍କ ସେବା କରିପାରିଲେ ନାହିଁ, କୌଣସି ସମସ୍ୟାର ସ୍ଥାୟୀ ସମାଧାନର ସୂତ୍ର ପାଇପାରିଲେ ନାହିଁ ସେମାନେ ସେବାନିବୃତ୍ତି ପରେ ବୟସର ଅପରାହ୍ନରେ ଅଧିକ କ’ଣ କରିପାରିବେ ?
ପ୍ରକୃତ କଥା ହେଲା ଜଣେ ଯେତେ ଉଚ୍ଚପଦସ୍ଥ ଅଧିକାରୀ ହେଲେ ମଧ୍ୟ ସେବାନିବୃତ୍ତିି ପରେ ସେ ସାଧାରଣ ଲୋକ। ନା କେହି ତାଙ୍କୁ ଭୟ କରନ୍ତି ନା ତାଙ୍କ ହୁକୁମ ମାନନ୍ତି। କେବଳ ସରକାରୀ ଚାକିରି ଜୀବନର କ୍ଷମତା, ସୁବିଧା ସୁଯୋଗ, ଗାଡି, ବଙ୍ଗଳା, ମାଳୀ-ଡ୍ରାଇଭର ତଥା ଚୌକିର ମୋହ ପରିତ୍ୟାଗ କରିପାରୁ ନ ଥିବା କିଛି ଅତୃପ୍ତ ବ୍ୟକ୍ତି ଏମାନେ। ମୃତ୍ୟୁ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କରିବାର ଆସ୍ଫାଳନରେ ଏମାନେ ଛଟପଟ। ଚାକିରି କାଳରେ ସରକାରଙ୍କ ଭୁଲ ନୀତିକୁ ଥରଟିଏ ବିରୋଧ କରିବାକୁ ସାହସ ସଞ୍ଚୟ କରିପାରି ନ ଥିବା ଏହି ବାବୁମାନେ ସେବାନିବୃତ୍ତି ପରେ ରାଜନୀତିକୁ ଆସି ସରକାରଙ୍କ ଦୋଷ ଦୁର୍ବଳତା ବିଷୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ତଥା ସରକାର ବଦଳାଇବାକୁ ସ୍ବପ୍ନ ଦେଖିବା ନିହାତି ହାସ୍ୟାସ୍ପଦ କଥା। ଆମ ଜନତା ମଧ୍ୟ ବହୁ ସରଳ ନିଷ୍କପଟ, ଏହି ବାବୁମାନଙ୍କୁ ପ୍ରଶ୍ନ ପଚାରିବାକୁ ଅସମର୍ଥ। ନ ହେଲେ ଚାକିରି ଜୀବନରେ କି ସେବା କରିଛନ୍ତି ତଥା ରାଜ୍ୟ ଓ ଜନତାଙ୍କ ପାଇଁ କ’ଣ ଉପଲବ୍ଧି ଅଛି ବୋଲି ନ ପଚାରି ତାଙ୍କ ପଛରେ ତାଳି ମାରି ଗୋଡ଼ାଉ ନଥାନ୍ତେ। ଦବଦବା କାଏମ ରଖିବା ପାଇଁ ରାଜନୀତି ହିଁ ଏକମାତ୍ର ମାର୍ଗ। ତେଣୁ ଏହି ଦେଶ ସେବା ନାଟକର ଉତ୍ପତ୍ତିି।
କିଛି ଲୋକ କହିବେ ଯେ ଚାକିରି କାଳରେ ବାବୁମାନଙ୍କ ଉପରେ ସରକାରୀ ନିୟନ୍ତ୍ରଣ ଥାଏ, ପରିସୀମା ନିର୍ଦ୍ଧାରିତ ଥାଏ ସେଥିପାଇଁ ସେମାନେ ଜନତାଙ୍କ ସେବା କରିପାରନ୍ତି ନାହିଁ। ରାଜନୀତିକୁ ଆସିଲେ ସେମାନେ ଅଧିକ ସେବା କରିପାରିବେ। ତା’ହେଲେ ସେବାନିବୃତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା କ‘ଣ? ଚାକିରି ଅଧାରୁ ଛାଡି ମଧ୍ୟ ସେମାନେ ରାଜନୀତିକୁ ଆସିପାରିଥାନ୍ତେ। ଜନତା ତଥା ଦେଶ ସେବାରେ ନିଜକୁ ଉତ୍ସର୍ଗ କରିପାରିଥାନ୍ତେ। କିନ୍ତୁ ସେପରି କଲେ ନିଜ ଜୀବନ ଅନିଶ୍ଚିତ ହୋଇଯାଇଥାନ୍ତା। ଶାସକ ଦଳ କୃପାରୁ ରାଜ୍ୟ ସଭା ଯିବାର ମୌକା ବି ଅଛି। କିଛି ନ ହେଲେ ସରକାରଙ୍କ ସହିତ ରହିଲେ କୌଣସି ସରକାରୀ ଉଦ୍ୟୋଗ ସଂସ୍ଥାର ମୁଖ୍ୟ ହୋଇ ରାଜ୍ୟମନ୍ତ୍ରୀ ପାହ୍ୟା ତ ମିଳିପାରିବ। ତେଣୁ ଏହି ଲାଭ ଲୋଭର ଖେଳରେ ସରକାରଙ୍କ ହଁ ରେ ହଁ ମିଳାଇ ଚାଲନ୍ତି, ଜନତାଙ୍କ ସାର୍ଥକୁ ଜଳାଞ୍ଜଳି ଦେଇ ଚାଲନ୍ତି। ସରକାରୀ ନିୟନ୍ତ୍ରଣ ଓ ଚାକିରି ନିୟମାବଳୀର ପରିସୀମା ବାହାନା ପଛର ଏହାହିଁ ପ୍ରକୃତ ସତ୍ୟତା।
ଆମ ଦେଶରେ ଏପରି ବହୁ ଉଦାହରଣ ବି ଅଛି ଯେଉଁଠି ନିଜର ବୃତ୍ତି, ସୁଖସ୍ବାଛନ୍ଦ୍ୟ, ସୁବିଧା ସୁଯୋଗକୁ ପରିତ୍ୟାଗ କରି ଜନତାଙ୍କ ସେବା ପାଇଁ ଚାକିରି ଅଧାରୁ ଛାଡି ଅନେକ ରାଜନୀତିକୁ ଆସିଛନ୍ତି। ସେମାନେ ଏହି ସେବାନିବୃତ୍ତ ସୁବିଧାବାଦୀଙ୍କଠାରୁ ବରଂ ଅଧିକ ତ୍ୟାଗୀ ଓ ଗ୍ରହଣୀୟ। କାରଣ ସେମାନେ ନିଜକୁ ତଥା ନିଜ ପରିବାରକୁ ଅସୁବିଧାରେ ପକାଇ ଜନତାଙ୍କ ସେବା ପାଇଁ ରାଜନୀତିକୁ ବାଛିଛନ୍ତି।
ନିଜର ରାଜନୈତିକ ଅଭିଳାଷକୁ ପୂରଣ କରିବା ପାଇଁ ଜଣେ ନ୍ୟାୟାଧୀଶ ସରକାରଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ କରିବାର ସମ୍ଭାବନା ହେଉ ଅବା ଜଣେ ମୁଖ୍ୟ ଶାସନ ସଚିବ ସରକାରଙ୍କ ସମସ୍ତ ଦୋଷ ଦୁର୍ବଳତାକୁ ଲୁଚାଇବା ତଥା ଦୁର୍ନୀତିକୁ ପ୍ରଶ୍ରୟ ଦେବା ପାଇଁ ପ୍ରେରିତ ହୋଇଥାଏ। ଆମ ବିଧି ବ୍ୟବସ୍ଥାରେ ଏପରି ଲୋକଙ୍କର ରାଜନୀତିରେ ପ୍ରବେଶ ପାଇଁ ପଥ ଉନ୍ମୁକ୍ତ ହେବା ଜନତା ଓ ଦେଶ ପାଇଁ ହିତକର କଥା ନୁହେଁ। ତେଣୁ ଉଚ୍ଚପଦସ୍ଥ ପ୍ରଶାସନିକ ବାବୁମାନଙ୍କ ସେବାନିବୃତ୍ତି ପରେ ରାଜନୀତିକୁ ଆସିବା ଦେଶସେବା ନୁହେଁ ବରଂ ଅବସର ବିନୋଦନ ତଥା କ୍ଷମତା ଉପଭୋଗ ପାଇଁ ଉଦ୍ଦିଷ୍ଟ। ଯେଉଁ ରାଜନୈତିକ ଦଳମାନେ ନିଜର ଗୁମର ଫିଟିଯିବା ଭୟରେ ଏପରି ଉଚ୍ଚ ପଦରେ ଥିବା ବାବୁମାନଙ୍କ ରାଜନୈତିକ ଥଇଥାନ କିମ୍ବା ଅବସର ପରେ ପୁନଃ ନିଯୁକ୍ତି ଦେଉଛନ୍ତି ସେମାନଙ୍କୁ ବିରୋଧ କରିବା ଆବଶ୍ୟକ।
ମୋ: ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri