Posted inଖେଳ

ବାବରଙ୍କ ଶତକ: ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ

ବର୍ମିଂହାମ,୨୭।୬(ପ.ଟି.)- ଚଳିତ ବିଶ୍ୱକପ୍‌ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଶେଷରେ ପ୍ରଥମଥର ପାଇଁ ପରାଜୟର ମୁହଁ ଦେଖିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଟୁର୍ନାମେଣ୍ଟର ୩୩ତମ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ପ୍ରଭାବୀ ବୋଲିଂ ଓ ବାବର ଆଜମଙ୍କ ଉପଯୋଗୀ ଶତକ ବଳରେ ପାକିସ୍ତାନ ୫ଟି ବଲ ବାକିଥାଇ ୬ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ତା’ର ସେମିଫାଇନାଲ ଆଶାକୁ ଉଜ୍ଜୀବିତ ରଖିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂ ଦମ୍‌ ଦେଖାଇ ପାକିସ୍ତାନ ବାଜି ମାରିଛି। ବର୍ଷା ଜନିତ ଓଦା ଆଉଟ ଫିଲ୍ଡ ଯୋଗୁ ଖେଳ ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ ମ୍ୟାଚ୍‌ ୫୦ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ଉଇକେଟ ହରାଇ ୨୪୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଏଥିସହ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍‌ ଖେଳି ୫ ବିଜୟ, ୧ ପରାଜୟ ଓ ଗୋଟିଏ ବିନା ଫଳଫଳ ସହ ୧୧ ପଏଣ୍ଟ ପାଇ ପୂର୍ବପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ୭ଟି ମ୍ୟାଚ୍‌ ଖେଳି ୩ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛି। ୧୦୧ ରନର ଅପରାଜିତ ଶତକୀୟ ଇନିଂସ ଖେଳିଥିବା ବାବର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୮ ରନ ଆଭରେଜ ଟାର୍ଗେଟର ପିଛା କରି ପାକିସ୍ତାନ ଓପନର ଫଖର ଜମାନଙ୍କୁ ସଅଳ ହରାଇଥିଲା। ଜମାନ ୯ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ମାର୍ଟିନ ଗୁପ୍ଟିଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ୧୯ ରନ କରିଥିବା ବେଳେ ଅନ୍ୟତମ ଓପନର ଇମାମ ଉଲ ହକ୍‌ ଲୋକି ଫର୍ଗୁସନଙ୍କ ବଲ୍‌ରେ ଗୁପ୍ଟିଲଙ୍କୁ କ୍ୟାଚ୍‌ ଦେଇଥିଲେ। ଦଳର ସ୍କୋର ୧୧୦ ରନ ହୋଇଥିବା ବେଳେ ତୃତୀୟ ଉଇକେଟ ଭାବେ ମହମ୍ମଦ ହାଫିଜ ଆଉଟ ହୋଇଥିଲେ। ସେ ୩୨ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ କେନ୍‌ ଓ୍ବିଲିୟମସନଙ୍କ ବଲ୍‌ରେ ଫର୍ଗୁସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ବାବର ଆଜମ ଓ ହାରିସ ସୋହେଲ ଦମ୍‌ଦାର ବ୍ୟାଟିଂ କରି ୧୪୧ ବଲରୁ ୧୨୬ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ସୋହେଲ ୭୬ ବଲରୁ ୫ ଚୌକା ଓ ୨ ଛକା ସହ ୬୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଗୁପ୍ଟିଲଙ୍କ ଦ୍ୱାର ରନ୍‌ ଆଉଟ ହୋଇଥିଲେ। ବାବର ୧୨୭ଟି ବଲ ଖେଳି ୧୧ ଚୌକା ସହ ୧୦୨ ରନର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ବୋଲ୍ଟ, ଫର୍ଗୁସନ ଓ ଓ୍ବିଲିୟମସନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ବ୍ୟାଟିଂ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳ ୪୬ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ମହମ୍ମଦ ଅମୀର ପ୍ରଥମେ ଆଉଟ କରିଥିଲେ ମଧ୍ୟ ଅନ୍ୟତମ ଯୁବ ଦ୍ରୁତ ବୋଲର ଶାହିନା ଶାହା ଆଫ୍ରିଦୀ ୩ ଉଇକେଟ ନେଇ ଏହି ବିପର୍ଯ୍ୟୟ ଘଟାଇଥିଲେ। ଗୁପ୍ଟିଲ ୫ ରନ କରିଥିବା ବେଳେ ଅମୀରଙ୍କ ବଲ୍‌ ତାଙ୍କ ବ୍ୟାଟ୍‌ର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ପ୍ଲେଡ ଅନ୍‌ ହେବା ସହ ସେ ବୋଲ୍ଡ ହୋଇଥିଲେ। ଏହାପରେ ଅନ୍ୟତମ ଓପନର କଲିନ ମୁନରୋ ୧୨, ଅଭିଜ୍ଞ ରସ ଟେଲର ୩, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୧ ରନ କରି ଆଫ୍ରିଦୀଙ୍କ ଶିକାର ହୋଇଥିଲେ। ଏହାପରେ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ପାଳି ପଡିଥିଲା। ସେ ୬୯ ବଲର ସମ୍ମୁଖୀନ ହୋଇ ୪ ଚୌକା ସହ ୪୧ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ ଲେଗ୍‌ ସ୍ପିନର ଶଦାବ ଖାଁଙ୍କ ବଲ୍‌ରେ ଉଇକେଟକିପର ସର୍ଫରାଜ ଅହମ୍ମଦଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ଦଳ ୮୩ ରେ ୫ ଉଇକେଟ ହରାଇଥିଲା। ତେବେ ଷଷ୍ଠ ଉଇକେଟରେ ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ ଓ ଜିମ୍ମି ନିଶାମ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ୧୩୨ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ। ୭୧ ବଲରୁ ୬ ଚୌକା ଓ ୧ ଛକା ସହ ୬୪ ରନକରି ଗ୍ରାଣ୍ଡହୋମ ଅମୀରଙ୍କ ଥ୍ରୋରେ ସର୍ଫରାଜଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୨୧୫ ରନରେ ପହଞ୍ଚିଥିଲା। ସେହିପରି ନିଶାମ ୧୧୨ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୩ ଛକା ସହ ୯୭ ରନର ଇନିଂସ ଖେଳି ଅପରାଜିତ ରହିଥିଲେ। ୩ ରନ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ମିଚେଲ ସାଣ୍ଟନର ୫ ରନ କରି ଅପରାଜିତ ରହିଥିଲେ। କ୍ୟାଚ୍‌ ହାତଛଡ଼ା ପାଇଁ ପାକିସ୍ତାନ ସମାଲୋଚିତ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ଖେଳାଳିମାନେ ବେଶ୍‌ ଉଚ୍ଚକୋଟୀର ଫିଲ୍ଡିଂ କରିଥିଲେ। ସର୍ଫରାଜ ୩ଟି ଗୁରୁତ୍ୱପୂର୍ଣ୍ଣ ତଥା କଷ୍ଟସାଧ୍ୟ କ୍ୟାଚ୍‌ ନେଇ ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଆଫ୍ରିଦୀ ୩, ଅମୀର ଓ ଶଦାବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ବର୍ଷାଜନିତ ଓଦା ଆଉଟ୍‌ଫିଲ୍ଡ କାରଣରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ମ୍ୟାଚ୍‌ ପୂର୍ବପରି ୫୦ ଓଭର ବିଶିଷ୍ଟ ଖେଳାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୭/୬
(ନିଶାମ- ୯୭*, ଗ୍ରାଣ୍ଡହୋମ- ୬୪, ଓ୍ବିଲିୟମସନ- ୪୧, ଆଫ୍ରିଦି- ୩/୨୮, ଅମୀର- ୧/୬୭, ଶଦାବ- ୧/୪୩)।
ପାକିସ୍ତାନ ୪୯.୧ ଓଭରରେ ୨୪୧/୪
(ବାବର- ୧୦୧*, ସୋହେଲ- ୬୮, ହାଫିଜ- ୩୨, ଇମାମ- ୧୯, ବୋଲ୍ଟ- ୧/ ୪୮, ଫର୍ଗୁସନ- ୧/୫୦, ଓ୍ବିଲିୟମସନ- ୧/୩୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri