ବାପ୍‌ କର୍କଟରେ, ଝି’ ରକ୍ତଶିକୁଳି ରୋଗ୍‌ରେ ପୀଡ଼ିତ: ମାଏକିନାର ଉପରେ ପରିବାର ବୋଝ୍‌

କର୍ଲାମୁଣ୍ଡା, ୫ା୧୨ (ଡି.ଏନ.ଏ.)-  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ୍‌ ସମସିଆ ଉପରେ ଲଗାମ୍‌ କସବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ ଯୋଜନାକେ କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀ, ଥାନୀଅ ନେତାକର ଅଁାତରିକତା ଅଭାବୁ ଅନେକ ହକ୍‌ଦାର ଶ୍ରମିକ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତାଥି ସେମାନେ ଉପେ ଶୂଇନ୍‌ ହେଇ ପେଟ୍‌ପାଟନା, କୁଟୁମପୁଷବାର ଲାହଁାସେ ଦାଦନ୍‌ ଖଟିଯାଉଛନ୍‌। ହେଲେ ଅନେକ ଶ୍ରମିକ ଦାଦନ ଯାଇ ସେଠାନେ ଦୁଖ୍‌ ଭୁଗୁଥିଲାବେଲେ, କେତେ ଅଦରବା ହେଇ ଘରକେ ଫିରୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଁଚେତ୍‌ ଖଲିଆପାଲି ଗଁାରେ।
ସୂଚନା ହିସାବେ ଖଲିଆପାଲି ଗଁାର ଧନେଶ୍ୱର ମହାନନ୍ଦ(୩୩)। ପରିବାର କହେଲେ ମାଏକିନା ନୀଳେନ୍ଦ୍ରି(୩୩), ପୁଓ ଟୁନା(୧୦) ଆର ଝି’ ପୂଜା(୭)କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ, ଧନେଶ୍ୱର ଦୁଖ୍‌ସୁଖ କରି ପରିବାର ଚଲେଇ ନେଉଥିଲେ। ହେଲେ ଝି’ ପୂଜା ଜନମ୍‌ ହେବାର ୩ ବଛର ଉତାରୁ ଜନାପଡ଼ଲା ଯେ ତାକର ରକ୍ତଶିକୁଳି ରୋଗ୍‌ ରହିଛେ। ତାହାକୁ ୨ ମାସେ ଥରେ ରକତ୍‌ ଦେବାକେ ପଡ଼ୁଛେ। ସେଥିରଲାଗି ସବୁଥର ଦୁଇ ହଜାର ଟଁକା ଦରକାର ପଡ଼ଲା। ଶେଷେ ଧନେଶ୍ୱର ଝି’ର ଚିକିଛା ଲାଗି ଟଁକା ଠୁଲାବାକେ ୨୦୧୭ ସାଲେ ଗୁଜୁରାଟକେ ଦାଦନ ଖଟିଯାଇଥିଲେ। ହେଲେ ସେଠାନେ କିଛିଦିନ କାମ୍‌ କଲାଉତାରୁ ମଲଦୁଆରରେ ଦରଜ୍‌ ଅନୁଭବ କରିଥିଲେ। ସେଠାନେ ଡାକ୍‌ତରକୁଁ ଦେଖେଇ ପରୀକ୍ଷା କଲାରୁ ତାକର ମଲଦୁଆରରେ କ୍ୟାନସର ହେଇଥିବାର ଜନାପଡ଼ିଥିଲା। ସେଠାନୁ ସେ ଗଁାକେ ଫିରିଆସି ଜମିବାଡ଼ି ବିକି, ଧାରଉଧାର କରି ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ୨୭ା୩ା୨୦୧୮ରେ ବିଷମ କଟକ ଡାକ୍‌ତରଖାନାରେ ଅପରେଶନ ହେଇଥିଲେ। ଅପରେଶନ କରି ଡାକ୍‌ତର ତାକର ମଲଦୁଆର ସବୁଦିନର ଲାଗି ବଁଦ୍‌ କରିଦେଇଛନ୍‌। ପେଟେ ଗୁଟେ ପାଇପ୍‌ ଖଁଜି ଝାଡ଼ା ଯିବାର ବେବସ୍‌ତା କରିଛନ୍‌। ଏହେଦେ ସେ ଚିକିଛାରେ ସବୁ ବିକିଭାଂଗି ସରବ୍‌ସୁଅଁାତ୍‌ ହେଇ ଯାଇଛନ୍‌। ଏନ୍‌ତାଥି ତାହାକୁ ଝି’ର ଚିକିଛା ଆର କୁଟୁମପୁଷବାର ଚିନ୍‌ତା ଖାଇଯାଉଛେ। ଏହେଦେ ତାକର ମାଏକିନା ନୀଳେନ୍ଦ୍ରି ଲୁକ୍‌କର ଚିର୍‌ହାଫଟା ଲୁଗା ସିଲେଇ କରି ପରିବାର ଚଲଉଥିବାର ଧନେଶ୍ୱର କହିଛନ୍‌। ଇଆଡ଼େ ଧନେଶ୍ୱରକଁର ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ନାଇଥିବାର ଲାଗି ତାକର ଚିକିଛା ବି ମାହାଲିଆ ନାଇଁ ହେଇପାରବାର। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।