ବାପ୍‌ ଉପରେ ୭ ପରାନୀର ବୋଝ୍‌: ମା’ର ଚିକିଛା ସାହାଯ୍‌ ଆଶ୍‌ରେ ଝି’ପୁଓ

ବିନିକା,୨୨।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଖଇରମାଲ ଗଁାର ମହାଦେବ ମନ୍ଦିର ଉପରପଡ଼ାର ସତ୍ୟନାରାୟଣ ବାରିକ(୫୨)କଁର ମାଏକିନା ବୃନ୍ଦାବତୀ(୪୫)। ତାକର ମୁଡେ ରକତ୍‌ ଜମା ହେବାର ଲାଗି ଶରୀରର ଡେବ୍‌ରିଫାଲ ଅଚଲ୍‌ ହେଇଯାଇଛେ। ଡାକ୍‌ତର ରୋଗ୍‌ ଭଲ କରବାକେ ହେଲେ ଅପରେଶନ ନିହାତି ଦରକାର ବଲି କହୁଛନ୍‌। ଇଆଡ଼େ ସତ୍ୟନାରାୟଣ ଯାହା ସଁଚିଥିଲେ ବୃନ୍ଦାବତୀକଁର ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ଖଇରମାଲ ଗଁାର ସତ୍ୟନାରାୟଣକଁର ପରିବାରରେ କହିଲେ ମାଏକିନା ବୃନ୍ଦାବତି (୪୫), ଝି’ ପିଙ୍କି(୨୧), ଶିବାନୀ(୧୯), ସୁରଭି(୧୪), ସୁହାନୀ (୧୨), କିଳ(୪)କୁଁ ନେଇ ସଁସାର। ସଁପତି କହେଲେ ଅଧା ଏକର ଚାଷ୍‌ଜମି ଆର ଦୁଇ ବଖରା ଚାଲଛପର ଘର। ସତ୍ୟନାରାୟଣ କୁଲିମଜୁରି କରୁଥିଲାବେଲେ ବୃନ୍ଦାବତୀ ଗଁା ସ୍କୁଲରେ ରଁାଧେନ୍‌ ଅଛନ୍‌। ପରିବାରଟା ଦୁଖେସୁଖେ ଚଲିଯାଉଥିଲେ। ହେଲେ ଆଏଜ୍‌କେ ୮ମାସ ତଲେ ବୃନ୍ଦାବତୀ ସ୍କୁଲରେ କାମ କଲାବେଲେ ତାକର ଡେବ୍‌ରି ଫାଲ ଗୁଡୁମୁଡ଼କେ ଅଚଲ ହେଇଗଲା। ଏନ୍‌ତାଥି ସତ୍ୟନାରାୟଣ ବୃନ୍ଦାବତୀକୁଁ ବୁର୍ଲା ନେଇ ଚିକିଛା କରାଲେ। ପରିବାର ଲୋକ ଡାକ୍‌ତରଖାନାରେ ବିଜୁ କୃଷକ କଲ୍ୟାଣ ଯୋଜନା ଆର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାର କାଗଜପତର ଦେଲା ଉତାରୁ ବି ସାହାଯ୍‌ ନାଇଁ ମିଲିଥିବାର ଅଭିଯୋଗ କରିଛନ୍‌। ଶେଷେ ବୁର୍ଲା ଡାକ୍‌ତର ବୃନ୍ଦାବତୀକୁଁ କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। ହେଲେ ଇ ସମିଆରେ ସତ୍ୟନାରାୟଣ ସଁଚିଥିବାର ୫୦ ହଜାର ଟଁକା ଚିକିଛାରେ ଖରଚ୍‌ କରି ସାରିଥିଲେ। ଇ କଥା ଗଁାର ପିଲାମାନେ ଜାନ୍‌ଲାରୁ ଚଁାଦାଭେଦା କରି ତାହାକୁ ୨୦ ହଜାର ଟଁକା ଦେଇଥିଲେ। ସତ୍ୟନାରାୟଣ ବି ଘରର ଗହନାଗଁାଠି ବିକି, ଜମି ବଁଧକ ପକେଇ ଟଁକା ୨୦ ହଜାର ଠୁଲେଇ ମାଏକିନାକେ କଟକ ବଡ଼ ଡାକ୍‌ତରଖାନା ନେଇଥିଲେ। ହେଲେ ସେଠାନେ ଡାକ୍‌ତର ବୃନ୍ଦାବତୀକଁର ପରୀକ୍ଷା ନିରୀକ୍ଷା କରି ମୁଡେ ରକତ୍‌ ଜମିଯାଇଛେ, ଯେନ୍‌ଥିରଲାଗି ବାକି ଅଂଗ୍‌ ଦିନୁଦିନ୍‌କେ ଅଚଲ ହେଇଯାଉଛେ। ଅପରେଶନ କରବାକେ ପଡ଼ବା ଆର ଇଥିରଲାଗି ବହୁତ୍‌ ଟଁକା ଖରଚ୍‌ ହେବା ବଲି କହିଥିଲେ। ଏନ୍‌ତାଥି ସତ୍ୟନାରାୟଣ ଟଁକାପଏସା ଅଭାବୁ ମୁହୁଁକାନ ଶୁଖେଇ ଘରକେ ଫିରିଆଏଲେ। ସେଦିନ୍‌ଠାନୁ ବୃନ୍ଦାବତୀ ଘରେ ପଡ଼ି ରହିଛନ୍‌। ଏନ୍‌ତାଥି ବଡ଼ଖା ଝି’ ପାଠ୍‌ପଢ଼ା ଛାଡ଼ି ଗଁା ସ୍କୁଲରେ ମା’ କରୁଥିବାର କାମ୍‌ କରୁଛନ୍‌। ସେନତା ଦୁତୀଅ ଝି’ ଶିବାନୀ ବି କଲେଜ ପାଠ୍‌ପଢ଼ା ଛାଡ଼ି ମା’ର ସେବାଯତନ୍‌ରେ ଲାଗିଛନ୍‌। ଇଆଡ଼େ ୭ ପରାନୀ କୁଟୁମ ପୁଷବାର ସଂଗେ ବୃନ୍ଦାବତୀକଁର ଉଷୋକଷାର ଲାଗି ସତ୍ୟନାରାୟଣ ସଁଥ୍‌ଲି ହେଉଛନ୍‌। ସେନ୍‌ତା ଭଲ ଘରଖଁଡ଼େ ଅଭାବୁ ପରିବାରଟା ଆଏଜ୍‌ ବି ୨ ବଖରା ଛାଲଛପର ଘରେ ମୁଡ଼ ଗୁଁଜିଛନ୍‌। ଇ ଦୁଖି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ବୃନ୍ଦାବତୀକଁୁ ଚିକିଛା ସାହାଯ୍‌ ଆର ପରିବାରକେ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।