ବାପୁଜୀ ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତ ସହ ଖେଳ: ଆଡମିଶନ ହୋଇଥି୍ଲା, ଫର୍ମ ଫିଲ୍‌ଅପ୍‌ ନୋହିଲା

ପରଜଙ୍ଗ, ୧୮।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗଡ଼ପଳାଶୁଣୀସ୍ଥିତ ବାପୁଜୀ ସେକେଣ୍ଡାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଘାଘରାମୁଣ୍ଡା ଗ୍ରାମର ଛାତ୍ର ରାକେଶ ନାୟକ। ସେ କହିଛନ୍ତି, ଆଡମିଶନବେଳେ ଧାର୍ଯ୍ୟଠାରୁ ଅଧିକ ଟଙ୍କା ନେଇଥିଲେ କଲେଜ କର୍ତ୍ତୃପକ୍ଷ। ହେଲେ ଫର୍ମ ଫିଲ୍‌ଅପ୍‌ ବେଳେ ତାଙ୍କ ନାଁ ତାଲିକାରେ ନାହିଁ। ସେ ପରୀକ୍ଷା ଦେଇପାରିବେନାହିଁ। ତାଙ୍କର ୨ବର୍ଷ ବରବାଦ ହୋଇଯାଇଛି। ଏହାର ପ୍ରତିବାଦ କରିବାରୁ କଲେଜ ଅଧ୍ୟକ୍ଷ ତାଙ୍କୁ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ କହୁଛନ୍ତି। ଏ ନେଇ ସେ କୋର୍ଟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
୨୦୧୮ରେ ରାକେଶ ମାଟ୍ରିକ୍‌ ପାସ୍‌ ପରେ ଅନ୍‌ଲାଇନରେ କଲେଜରେ ନାମ ଲେଖାଇବାକୁ ଆବେଦନ କରିଥିଲେ। ପ୍ରଥମ ସିଲେକ୍ସନରେ ଗଣପଳାଶୁଣୀ ବାପୁଜୀ ସେକେଣ୍ଡାରୀ ସ୍କୁଲରେ ସେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥିଲାଗି ୨୦୧୮ ଜୁଲାଇ ୪ରେ ଆଡ୍‌ମିଶନ ବାବଦକୁ ୨ ହଜାର ଟଙ୍କା ଦେଇଥିଲେ। ଏଥିସହ ଡୋନେଟ ବାବଦକୁ ୩୫୦୦ ଟଙ୍କା ଦେଇଥିଲେ। ତାଙ୍କୁ କଲେଜ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ତାଙ୍କ ରୋଲ ନଂ. ୧୬୧। ଏହାପରେ ପ୍ରଥମବର୍ଷ ଫର୍ମ ଫିଲ୍‌ଅପ୍‌୍‌ ପାଇଁ ସେ ୧୨ଶହ ଟଙ୍କା ଦାଖଲ କରିଥିଲେ। ଏଥିସହ ନିୟମିତ କ୍ଲାସ କରି ନ ଥିବାରୁ ଫାଇନ୍‌ ବାବଦକୁ ୧୩ଶହ ଟଙ୍କା ଦେଇଥିଲେ। ୨୦୧୯ ଅଗଷ୍ଟ ୨୧ରେ ତାଙ୍କୁ ରିଆଡମିଶନ କରିବାକୁ ପଡ଼ିଲା। ଏଥିପାଇଁ କଲେଜ ପକ୍ଷରୁ ୩୦୦୦ ଟଙ୍କା ନିଆଯାଇଥିଲା। ତେବେ ଦ୍ୱିତୀୟ ବର୍ଷ ଫର୍ମ ଫିଲ୍‌ଅପ୍‌ କରିବାକୁ କଲେଜକୁ ଯିବା ସମୟରେ ତାଙ୍କ ଆଡମିଶନ ହୋଇ ନ ଥିବା ସେ ଜାଣିବାକୁ ପାଇଥିଲେ। ଏହା ତାଙ୍କୁ ହତ୍‌ବାକ୍‌ କରିଦେଇଥିଲା। ଏ ନେଇ ସେ କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସମସ୍ୟା ସମାଧାନ ପରିବର୍ତ୍ତେ ଅଧ୍ୟକ୍ଷ ତାଙ୍କୁ ୧୧ ହଜାର ଟଙ୍କା ନେଇଯାଇ କଲେଜରୁ ବାହାରି ଯିବାକୁ କହିଥିଲେ। ଏପରି କି ତାଙ୍କର ୨ବର୍ଷ ବରବାଦ ହୋଇଯାଇଥିବାରୁ ଏଥିପାଇଁ କିଏ ଦାୟୀ ବୋଲି ଛାତ୍ର ପ୍ରଶ୍ନ କରିଥିଲେ। ତଥାପି କଲେଜ ଅଧ୍ୟକ୍ଷ ଏହାକୁ ଭ୍ରୁକ୍ଷେପ କରି ନ ଥିଲେ। ସମସ୍ତ ବାର୍ତ୍ତାଳାପକୁ ଛାତ୍ର ଜଣକ ମୋବାଇଲରେ ରେକର୍ଡିଂ କରିଛନ୍ତି।
ଏ ନେଇ କଲେଜ ଅଧ୍ୟକ୍ଷ ଭଗବାନ ସାସ୍‌ମଲ କୁହନ୍ତି, ଛାତ୍ର ଜଣକ ପ୍ରଥମେ ଏଠାରେ ନାମ ଲେଖାଇଥିଲେ। ପରେ ତାଙ୍କର ଅନ୍ୟ ଏକ କଲେଜରେ ସିଲେକ୍ସନ ହୋଇଥିଲା। ହେଲେ କଲେଜର କ୍ଲର୍କ ଏ ନେଇ ତାଙ୍କୁ ଅବଗତ କରାଇ ନ ଥିଲେ। କିମ୍ବା ରେଜିଷ୍ଟ୍ରାରରୁ ନାମ କଟାଯାଇ ନ ଥିଲା। ଭୁଲବଶତଃ ଏପରି ହୋଇଯାଇଛି। ଛାତ୍ରଙ୍କୁ ୧୮ ହଜାର ଟଙ୍କା ଦେବାକୁ ରାଜି ଥିବାବେଳେ ସେ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି। ଅନ୍ୟପଟେ ନିୟମ ଅନୁଯାୟୀ, ଜଣେ ଛାତ୍ର ୭୫% କ୍ଲାସ କରି ନ ଥିଲେ ପରୀକ୍ଷା ଦେଇପାରିବେ ନାହିଁ। ହେଲେ କେଉଁ ପରିସ୍ଥିତିରେ ରାକେଶଙ୍କ ରିଆଡମିଶନ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ନାମଲେଖା ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ହେଉଥିବାବେଳେ ଏଥିରେ ଟଙ୍କା ନେଣଦେଣ କାରବାର ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସିବ ବୋଲି ରାକେଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri