ବାପିଙ୍କ ନୂଆ ଅବତାର

ବାପି ପଣ୍ଡା। ଜଲିଉଡ୍‌ର ଏହି ଅନ୍ୟତମ ଲୋକପ୍ରିୟ ଅଭିନେତାଙ୍କୁ ଆସନ୍ତା ଯାତ୍ରା ସିଜନରେ ଏକ ନୂଆ ଗେଟଅପରେ ଦେଖିବାକୁ ମିଳିବ। ଏପରି ଭୂମିକାକୁ କିପରି ଶତ ପ୍ରତିଶତ ଜଷ୍ଟିସ ଦିଆଯାଇପାରିବ ସେ ନେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଲେଣି। ନାଟକଟି ହେଲା ‘ସୀତାର ଜଳୁଛି ଚିତା’। ଅରୁଣ ନାୟକଙ୍କ ରଚିତ ତଥା ବାଘାଯତୀନ ଲୋକନାଟ୍ୟ ଦ୍ୱାରା ପରିବେଷିତ ହେବାକୁ ଥିବା ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ ମହେଶ ହାଜରା। କେବଳ ଏହି ଭୂମିକା ନୁହେଁ ଗେଟ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା। ଏହା ପଛରେ କ’ଣ ରହିଛି ପ୍ରଶ୍ନର ଉତ୍ତରରେ ବାପି କହନ୍ତି, ‘ଏହି ନାଟକରେ ମୁଁ ଜଣେ ଏସ୍‌ପି (ପୋଲିସ ସୁପରିଣ୍ଟେଣ୍ଡେଣ୍ଟ) ଭୂମିକାରେ ଅଭିନୟ କରୁଛି। ସ୍ଥାନୀୟ ବିଧାୟକଙ୍କ ଗୁଣ୍ଡାରାଜ ବିରୋଧରେ ସାହସର ସହ ଲଢ଼ୁଛି। ହେଲେ ବଳିଦାନ ସ୍ବରୂପ ତାକୁ ଅନେକ କିଛି ହରାଇବାକୁ ପଡୁଛି। ଆଉ ତା’ପରେ ସେ ନିଜର ମାନସିକତା ପରିବର୍ତ୍ତନ କରି ଜଣେ ଅର୍ଦ୍ଧ ପାଗଳ ଭାବରେ ଘୂରି ବୁଲୁଛି। ହେଲେ କ’ଣ ପାଇଁ ? ଅପେକ୍ଷା କରନ୍ତୁ ନା ! ମାସ କେଇଟା ପରେ ମଞ୍ଚ ଉପରେ ଦେଖିପାରିବେ।’ ଆସନ୍ତା ଯାତ୍ରା ସିଜନ ପାଇଁ ବାଘାଯତୀନ ଲୋକାନାଟ୍ୟ ଆଉ ଦୁଇଟି ନାଟକ-‘ସିନ୍ଦୂର ସାଜିଛି କନିଆ ରାଣୀ’ (ରଚନା-ଅଧ୍ୟାପକ କୃଷ୍ଣ ପାତ୍ର, ନିର୍ଦ୍ଦେଶନା-ବିନୋଦ ରାଉତ) ଏବଂ ‘ମୋ ସିନ୍ଦୂର କେଉଁ ସ୍ବାମୀର’ (ରଚନା-ସୁକାନ୍ତ ମଲ୍ଲିକ, ନିର୍ଦ୍ଦେଶନା-ରଞ୍ଜନ ବିଶ୍ୱାଳ)ର ପ୍ରସ୍ତୁତିରେ ଲାଗିପଡିଛି। ଏହାପୂର୍ବରୁ ଅନେକ ନାଟକରେ ବାପି ନିଜ ଅଭିନୟ ଦକ୍ଷତା ବଳରେ ଅପେରାପ୍ରେମୀଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଏପରି ଚ୍ୟାଲେଞ୍ଜିଂ ଭୂମିକା ତାଙ୍କୁ ନିଶ୍ଚୟ ମାଇଲେଜ ଦେବ ବୋଲି ଆଶା ରଖିଛନ୍ତି ଜଲିଉଡ୍‌ର ଏହି ଆକ୍ସନ ଷ୍ଟାର।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri