ବାପା-ପୁଅର ମେଳ ଭିତରେ ଅମେଳ

”ଏହି ଟ୍ୟୁବର (କ୍ରୁକସ ଟ୍ୟୁବ୍‌) ନେଗେଟିଭ ଇଲେକ୍ଟ୍ରୋଡରୁ ଯେଉଁ ଇଲେକ୍ଟ୍ରୋନ୍‌ ସ୍ରୋତ ନିର୍ଗତ ହୁଏ ତାହା ହେଉଛି କ୍ୟାଥୋଡ ରେ’। ଏହା ମଧ୍ୟ କେତେକ ଇଲେକ୍ଟ୍ରୋନ୍‌ ଟ୍ୟୁବର ଉତ୍ତପ୍ତ ତାରରୁ ଉତ୍ପନ୍ନ ହୁଏ। କ୍ୟାଥୋଡ ରେ’ ଭିତ୍ତିକ ବହୁ ସଂଖ୍ୟକ ପରୀକ୍ଷା ମଧ୍ୟରୁ ଜେ.ଜେ.ଙ୍କ ପରୀକ୍ଷା (୧୮୯୭) ଯେଉଁ ନିଷ୍କର୍ଷ
ପ୍ରକଟ କଲା, ତାହା ଯୁଗାନ୍ତକାରୀ। ଏହା ସର୍ବସାଧାରଣରେ ଆଲୋଡ଼ନ ସୃଷ୍ଟି କଲା।“

ଆମେ ଯଦି ନୋବେଲ ବିଜୟୀଙ୍କ ତାଲିକା ଦେଖୁ, ଏମିତି କେତେକ ଦୃଷ୍ଟାନ୍ତ ଆମ ନଜରରେ ପଡ଼ିବ, ଯାହା ସହଜରେ ଏଡ଼ାଇ ହେବ ନାହିଁ। ଉଦାହରଣ ଭାବେ ପିତା-ପୁତ୍ର ଯୋଡ଼ି। ବ୍ରାଗ୍‌ ପରିବାର ଉଇଲିଅମ ହେନରି ଏବଂ ଉଇଲିଅମ ଲରେନସ ଏକ୍ସରେ କ୍ରିଷ୍ଟଲ ଆନାଲିସିସ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (୧୯୧୫) ପାଇଥିଲେ। ଏହି ବାପା-ପୁଅ ଯୋଡି ବ୍ୟତୀତ ଜେ.ଜେ. ଥମସନ ଓ ଜି.ପି.ଥମସନ (ଇଲେକ୍‌ଟ୍ରୋନ୍‌ କଣିକା ଉପରେ ଗବେଷଣା ପାଇଁ ୧୯୦୬ ଏବଂ ୧୯୩୭ରେ ପଦାର୍ଥ ବିଜ୍ଞାନ ପାଇଁ), ନିଲସ ବୋର୍‌ ଓ ଆଗେ ବୋର୍‌ (୧୯୯୨ ଓ ୧୯୭୫ରେ ଯଥାକ୍ରମେ ଅଣୁର ଗଠନ ଓ ନ୍ୟୁକ୍ଲିୟର ଷ୍ଟ୍ରକଚର ବିଷୟରେ ଅବଦାନ ପାଇଁ), ଆର୍ଥର କୋର୍ଣ୍ଣବର୍ଗ ଓ ରୋଜେର କୋର୍ଣ୍ଣବର୍ଗ (ଜୀବ ବିଜ୍ଞାନ ଓ ରସାୟନ ଶାସ୍ତ୍ର ପାଇଁ ଯଥାକ୍ରମେ ୧୯୫୯ ଓ ୨୦୦୬ରେ), କାର୍ଲମାନେ ସେବାନ ଓ କାଇ ସେବାନ (ଏକ୍ସରେ ସ୍ପେକ୍ଟ୍ରୋସ୍କୋପି ବିଷୟରେ ୧୯୨୪ ଓ ୧୯୮୧ ମସିହାରେ), ହାନ୍ସ ୟୁଲେର ଚେଲପିନ୍‌ ଓ ପୁତ୍ର ଉଲଫ ଭନ୍‌ ୟୁଲେର (ଯଥାକ୍ରମେ ୧୯୨୯ରେ ରସାୟନ ବିଜ୍ଞାନ ଓ ୧୯୭୦ରେ ଭେଷଜ ବିଜ୍ଞାନ) ବିଜ୍ଞାନ ଜଗତରେ ଗୋଟିଏ ଲେଖାଏଁ ଉଜ୍ଜ୍ୱଳ ଜୋତିଷ୍କ ଭାବରେ ଉଦ୍‌ଭାଷିତ ହୋଇଛନ୍ତି।
ଉପରୋକ୍ତ ପିତା-ପୁତ୍ରମାନଙ୍କ ଅବଦାନ ଅବିସ୍ମରଣୀୟ। ତେବେ ଏମାନଙ୍କ ମଧ୍ୟରେ ଆମେ ଯେଉଁ ଦୁଇ ଜଣଙ୍କୁ ଆଲୋଚନା ପାଇଁ ବିଚାରକୁ ନେବା ସେମାନେ ହେଉଛନ୍ତି ପିତା ଜେ.ଜେ. ଥମସନ (ସଂକ୍ଷେପରେ ଜେ.ଜେ.) ଏବଂ ପୁତ୍ର ଜି.ପି. ଥମସନ (ସଂକ୍ଷେପରେ ଜି.ପି.)। ଉଭୟଙ୍କ ଗବେଷଣା ପଦାର୍ଥ ବିଜ୍ଞାନ ସମ୍ବନ୍ଧିତ। ପୁଣି ସେମାନଙ୍କ ମୂଳ ବିଷୟବସ୍ତୁ ହେଉଛି ଇଲେକ୍ଟ୍ରୋନ୍‌ ଓ ତାହାର ଗୁଣାବଳୀ ନିର୍ଦ୍ଧାରଣ। ତେଣୁ ଏହି ପ୍ରସଙ୍ଗରେ ମେଳ ଉଲ୍ଲେଖନୀୟ। କିନ୍ତୁ ସେମାନଙ୍କ ଗବେଷଣାର ନିଷ୍କର୍ଷରେ ଅମେଳ ରହିଛି। ଏହି ସମ୍ବନ୍ଧରେ ସମ୍ୟକ୍‌ ଧାରଣା ପାଇଁ ସେମାନଙ୍କର ଜୀବନୀ ଓ ସଫଳତା ପ୍ରତି ଦୃଷ୍ଟିଦେବା ଉଚିତ ହେବ।
ପିତା ଜେ.ଜେ. (ଡିସେମ୍ବର ୧୮୫୬- ଅଗଷ୍ଟ ୧୯୪୦) ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ପ୍ରସିଦ୍ଧ କ୍ୟାମ୍ବ୍ରିଜର ଟ୍ରିନିଟି କଲେଜରେ ଅଧ୍ୟୟନ କରିଥିଲେ। ତାଙ୍କ ବାପା ବିରଳ ପୁସ୍ତକର ବିକ୍ରେତା ଭାବେ ଗୋଟିଏ ବହି ଦୋକାନର ମାଲିକ ଥିଲେ। ତାଙ୍କ ଅଭିଭାବକମାନେ ଚାହୁଁଥିଲେ ଯେ ପୁଅ ଗୋଟିଏ ଇଞ୍ଜିନିୟର ହେଉ। କିନ୍ତୁ ବାପାଙ୍କ ଅକାଳ ବିୟୋଗ କାରଣରୁ ସେ କ୍ୟାମ୍ବ୍ରିଜରେ ଅଙ୍କ ଅଧ୍ୟୟନ କଲେ ଏବଂ ୧୮୮୦ରେ ବି.ଏ.ରେ ସଫଳ ହୋଇ ସ୍ମିଥ ପୁରସ୍କାର ବିଜେତା ହୋଇଥିଲେ। ତା’ ପରବର୍ଷ ଟ୍ରିନିଟି କଲେଜରେ ଗବେଷଣା ପାଇଁ ଜଣେ ମେଧାବୀ ଛାତ୍ର ଭାବରେ ଛାତ୍ରବୃତ୍ତି ପାଇଥିଲେ। ଆଦାମ ପ୍ରାଇଜ୍‌ ସହ ସେଠାରେ ମାଷ୍ଟର ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଗମ୍ଭୀର ସ୍ବଭାବ ସମ୍ପନ୍ନ ଥିଲେ।
ସେତେେବେଳେ ମହିଳାମାନଙ୍କୁ କ୍ୟାମ୍ବ୍ରିଜ କ୍ଲାସରେ ବସିବାକୁ ସୁଯୋଗ ଦିଆଯାଉ ନ ଥିଲା। ଏହି ବ୍ୟବସ୍ଥା ଅନୁଯାୟୀ ରୋଜ୍‌ ପାଗେଟ୍‌ ନାମ୍ନୀ ଜଣେ ଛାତ୍ରୀ ପଦାର୍ଥ ବିଜ୍ଞାନ ଶ୍ରେଣୀରେ ଉପସ୍ଥିତ ରହୁଥିଲେ। ଏହି ଅବସରରେ ଜେ.ଜୋ. ତାଙ୍କ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ କାଳରେ ସେ ତାଙ୍କର ଜୀବନସଙ୍ଗିନୀ ହୋଇଥିଲେ।
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ କ୍ୟାଭେଣ୍ଡିସ ପ୍ରଫେସର ପଦବୀରେ ନିଯୁକ୍ତ ହେବା ଏକ ଅସାମାନ୍ୟ ଘଟଣା। ଓସବର୍ଣ୍ଣ ରେନେଲଡ୍‌,ରିସାର୍ଡ ଗ୍ଲେଜ୍‌ବ୍ରୁକ ପରି ସୁପ୍ରତିଷ୍ଠିତ ପଦାର୍ଥବିତ୍‌ମାନେ ଏହି ଚେୟାର ସକାସେ ଆଗ୍ରହୀ ଥିଲେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜେ.ଜେ. ଥମସନ ପରି ଜଣେ ଗଣିତଜ୍ଞଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ତା’ପରେ ଜେ.ଜେ.ଙ୍କୁ ୧୯୦୬ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଦ୍ୱାରା ମହିମାମଣ୍ଡିତ କରାଯାଇଥିଲା। ସେ ଜଣେ ଉତ୍ତମ ଶିକ୍ଷକ ଥିଲେ। ତାଙ୍କ ଛାତ୍ରମାନଙ୍କ ମଧ୍ୟରୁ ବାର୍କଲା, ନିଲିସ୍‌ ବୋର୍‌, ମାକ୍ସ ବର୍ଣ୍ଣ, ଉଇଲିୟମ ହେନେରି ବର୍ଗ, ଓଓ୍ବେନ ରିଚାର୍ଡସନ ଓ ଚାର୍ଲସ ଉଇଲସନ ପଦାର୍ଥ ବିଜ୍ଞାନରେ ଏବଂ ଆଷ୍ଟନ ଓ ରଦରଫୋର୍ଡ ରସାୟନବିଜ୍ଞାନ ଶାସ୍ତ୍ରରେ ନୋବେଲ ବିଜୟୀ ହୋଇଥିଲେ। ଦେହାନ୍ତ ପରେ ତାଙ୍କ ଚିତାଭସ୍ମ ସାର୍‌ ଆଇଜାକ୍‌ ନିୟୁଟନ୍‌ ଓ ତାଙ୍କର ସୁଯୋଗ୍ୟ ଛାତ୍ର ରଦରଫୋର୍ଡଙ୍କ ସମାଧି ନିକଟରେ ଓ୍ବେଷ୍ଟମିନିଷ୍ଟର ଆବେ ଲଣ୍ଡନଠାରେ ରଖାଯାଇଥିଲା।
୧୮୮୦ ଦଶକ ଓ ୧୮୯୦ ଦଶକରେ ବୈଜ୍ଞାନିକମାନେ କାଥୋଡ ରେ’ ସମ୍ପର୍କରେ ବିଶେଷଜ୍ଞାନ ପାଇଁ ଗଭୀର ଗବେଷଣାରତ ଥିଲେ। କାଥୋଡ ରେ’ ହେଉଛି ନେଗେଟିଭ ଚାର୍ଜର ଏକ ସ୍ରୋତ। କମ ଚାପ ଥିବା ଗ୍ୟାସ୍‌ ଡିସଚାର୍ଜରେ ରଖାଯାଇଥାଏ। ଏହି ଟ୍ୟୁବର (କ୍ରୁକସ ଟ୍ୟୁବ୍‌) ନେଗେଟିଭ ଇଲେକ୍ଟ୍ରୋଡରୁ ଯେଉଁ ଇଲେକ୍ଟ୍ରୋନ୍‌ ସ୍ରୋତ ନିର୍ଗତ ହୁଏ ତାହା ହେଉଛି କ୍ୟାଥୋଡ ରେ’। ଏହା ମଧ୍ୟ କେତେକ ଇଲେକ୍ଟ୍ରୋନ୍‌ ଟ୍ୟୁବର ଉତ୍ତପ୍ତ ତାରରୁ ଉତ୍ପନ୍ନ ହୁଏ। କ୍ୟାଥୋଡ ରେ’ ଭିତ୍ତିକ ବହୁ ସଂଖ୍ୟକ ପରୀକ୍ଷା ମଧ୍ୟରୁ ଜେ.ଜେ.ଙ୍କ ପରୀକ୍ଷା (୧୮୯୭) ଯେଉଁ ନିଷ୍କର୍ଷ ପ୍ରକଟ କଲା, ତାହା ଯୁଗାନ୍ତକାରୀ। ଏହା ସର୍ବସାଧାରଣରେ ଆଲୋଡ଼ନ ସୃଷ୍ଟି କଲା।
ଜେ.ଜେ.ଙ୍କ ନିର୍ଯାସରୁ ସୃଷ୍ଟ ହେଲା ଯେ ପରମାଣୁ (ଆଟମ) ଅଭ୍ୟନ୍ତର ସମାଙ୍ଗ (ହୋମୋଜନିୟସ) ନୁହେଁ। ଏହି ତଥ୍ୟ ଦୁଇ ହଜାର ବର୍ଷ ଧରି ପ୍ରଚଳିତ ଧାରଣାର ବିପରୀତ ଥିଲା। ଆଟମ ମଧ୍ୟରେ କ୍ଷୁଦ୍ର ଋଣାତ୍ମକ (ନେଗେଟିଭ୍‌) ଚାର୍ଜଯୁକ୍ତ କଣିକା ରହିଛି। ଏଗୁଡିକ ହେଉଛି ଇଲେକ୍ଟ୍ରୋନ୍‌ ଏବଂ କ୍ୟାଥୋଡ ରେ’ ସ୍ରୋତର ଉପାଦାନ।
କିନ୍ତୁ ଆମେ ଜାଣୁ ଚାର୍ଜ ଦୃଷ୍ଟିରୁ ମୋଟାମୋଟି ଭାବେ କୌଣସି ଆଟମ୍‌ ହେଉଛି ଅନାବିଷ୍ଣୁ (ନ୍ୟୁଟ୍ରାଲ)। ଯଦି ଆଟମ ଭିତରେ ଇଲେକ୍ଟ୍ରୋନ୍‌ ପରି ଏକ ଋଣାତ୍ମକ ଚାର୍ଜ ରହିଲା, ତେବେ ଏହା ନ୍ୟୁଟ୍ରାଲ ହେବା ପାଇଁ ସମପରିମାଣ ତାର ଯୁକ୍ତାତ୍ମକ (ପଜିଟିଭ) ଚାର୍ଜ ଆବଶ୍ୟକ। ତେଣୁ ଜେ.ଜେ. ଏମିତି ଗୋଟିଏ ଆଟମବମ ମଡେଲ ଆଙ୍କିଲେ, ଯାହା ଏକ ବ୍ରିଟିଶ ବ୍ୟଞ୍ଜନ ପ୍ଲମ୍‌ ପୁଡିଙ୍ଗ ଭାବେ ପରିଚିତ। ଚାର୍ଜ ସମାନ ଭାବରେ ସୁପ୍‌ ମଧ୍ୟରେ ଅବସ୍ଥାପିତ ପଜିଟିଭ ଚାର୍ଜମାନଙ୍କ ମଧ୍ୟରେ ଇଲେକ୍ଟ୍ରୋନମାନେ ମଧ୍ୟ ସମଭାବରେ ରହିବେ (୧୯୦୪)। କିନ୍ତୁ ଏହି ମଡେଲକୁ ତାଙ୍କ ଛାତ୍ର ରଦରଫୋର୍ଡ ପରବର୍ତ୍ତୀ କାଳରେ ପରିବର୍ତ୍ତନ କଲେ। ଆଲଫା ପାର୍ଟିକାଲ ଉପରେ ପରୀକ୍ଷା କରି ୧୯୧୧ରେ ସେ ଦର୍ଶାଇଲେ ଯେ, ଆଟମ୍‌ର ଠିକ୍‌ ମଧ୍ୟରେ ସମସ୍ତ ପଜିଟିଭ ଚାର୍ଜ ଜମା ହୋଇରହିଛି ଏବଂ ବାହାରେ ଇଲେକ୍ଟ୍ରୋନମାନେ ରହିଛନ୍ତି।
ତେବେ ଜେ.ଜେ.ଙ୍କ ଗବେଷଣା ପରମାଣୁଠାରୁ କ୍ଷୁଦ୍ରତର ଏକ କଣିକା (ଇଲେକ୍ଟ୍ରୋନ୍‌)ର ସର୍ବପ୍ରଥମ ଆବିଷ୍କାର। ପୁଣି ତାଙ୍କ ପରୀକ୍ଷା ଦ୍ୱାରା ଇଲେକ୍ଟ୍ରୋନ ଚାର୍ଜ ଓ ବସ୍ତୁତ୍ୱ ମଧ୍ୟରେ ଅନୁପାତ ନିର୍ଣ୍ଣିତ ହୋଇଥିଲା।
୧୯୦୯ରେ ମିଲିକାନ୍‌ (୧୮୬୮-୧୯୫୩) ଅଏଲ-ଡ୍ରପ୍‌ ପରୀକ୍ଷା ମାଧ୍ୟମରେ ସଫଳ ଭାବେ ଇଲେକ୍ଟ୍ରୋନ ଚାର୍ଜର ପରିମାଣ ନିରୂପଣ କରିଥିଲେ। ତେଣୁ ଥମସନ ଓ ମିଲିକାନ୍‌ଙ୍କ ଡାଟା ସାହାଯ୍ୟରେ ଇଲେକ୍ଟ୍ରୋନ୍‌ର ବସ୍ତୁତ୍ୱ ଜାଣିହେଲା। ସମ୍ପ୍ରତି ଇଲେକ୍ଟ୍ରୋନ ବସ୍ତୁତ୍ୱ ହେଉଛି ପ୍ରାୟ ୯.୧୦୯X୧୦-୩୧ କେଜି, ଯାହା କି ସବ୍‌ ଅର୍ଥାତ୍‌ ଆଟୋମିକ୍‌ ପରମାଣୁଠାରୁ କ୍ଷୁଦ୍ରତର ସ୍ଥିର କଣିକା ମଧ୍ୟରେ ସର୍ବନିମ୍ନ। ଏହାର ଚାର୍ଜ (ଋଣାତ୍ମକ) ହେଉଛି ପ୍ରାୟ ୧.୬୦୨X୧୦-୧୯ କୁଲମ୍ବ, ଯାହା ଇଲେକ୍ଟ୍ରିକ୍‌ ଚାର୍ଜର ମୌଳିକ ଏକକ (ବେସିକ ୟୁନିଟ୍‌) ଭାବେ ବିବେଚିତ ହେଉଛି।
ଉକ୍ତ ଡାଟାରୁ ସ୍ପଷ୍ଟ ଯେ ବସ୍ତୁତ୍ୱ ଓ ଚାର୍ଜ ଥିବାରୁ ଇଲେକ୍ଟ୍ରୋନ୍‌ ଗୋଟିଏ ବସ୍ତୁ। କିନ୍ତୁ ଯଦି କେହି କହେ ଯେ ଏହା ଏକ ତରଙ୍ଗ, ତେବେ ଜଣେ ଏହାକୁ ଅସମ୍ଭବ ବୋଲି ପ୍ରତ୍ୟାଖ୍ୟାନ କରିବ, କାରଣ ତରଙ୍ଗର କଦାପି ବସ୍ତୁତ୍ୱ ବା ଚାର୍ଜ ନ ଥାଏ।

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ମାର୍ଗ, ବ୍ରହ୍ମପୁର
ମୋ : ୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri