Categories: ଗଞ୍ଜାମ

ବାପାଙ୍କ କାଠଫାଳିଆ ମାଡ଼ରେ ପୁଅ ମୃତ

ଶେରଗଡ଼,୨୯ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗ୍ରାମରେ ସୋମବାର ରାତିରେ ବାପାଙ୍କ କାଠଫାଳିିଆ ମାଡ଼ରେ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ପିଣ୍ଟୁ ଗୌଡ଼ (୨୮)। ଖବରପାଇ ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଚଳାଇଛି।
ପିଣ୍ଟୁ ସବୁବେଳେ ନିଶାସକ୍ତ ହୋଇ ଘରେ ଗଣ୍ଡଗୋଳ କରୁଥିଲେ। ଏପରକି ୨ ମାସ ତଳେ ସେ ବାପା ଶିବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସୋମବାର ରାତି ପ୍ରାୟ ୮ଟା ୪୫ରେ ପିଣ୍ଟୁ ନିଶାସକ୍ତ ହୋଇ ଘରକୁ ଆସି ଶିବଙ୍କୁ ପଇସା ମାଗିିଥିଲେ। ଶିବ ପଇସା ନ ଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଶିବ ଉତ୍ତ୍ୟକ୍ତ ହୋଇ ନିକଟରେ ପଡ଼ିଥିବା ଏକ କାଠଫାଳିଆରେ ପିଣ୍ଟୁଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।