ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିଲେନି ପୁଅ: ଭିଡିଓ କଲିଂରେ କଲେ ଅନ୍ତିମ ଦର୍ଶନ

ଭୁବନେଶ୍ୱର,୨୪।୪ (ବ୍ୟୁରୋ): କରୋନା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ସମୟରେ ରାଜଧାନୀ ଭୁବନେଶ୍ୱର ୟୁନିଟ-୧ରେ ଏକ ହୃଦୟ ବିଦାୟକ ଦୃଶ୍ୟ ଦେଖିବାକୁ ମିଳିଛି। ବାପାଙ୍କ ଅନ୍ତିମ ସକତ୍ାର ପାଇଁ ଆସି ପାରିଲେନି ପୁଅ। ଭିଡିଓ କଲିଂରେ ଦେଖିଲେ ଶେଷକୃତ୍ୟ। ବୁଧବାର ରାତିରେ ସଚିବାଳୟ ସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ହଜାରୀ ପ୍ରଧାନ(୮୨)ଙ୍କ ହୃଦଘାତରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ପାଖରେ ତାଙ୍କ ବଡ଼ ପୁଅ ସୁଶୀଲ,ମଝିଆ ପୁଅ ସୁରେଶ ଓ ଝିଅମାନେ ଉପସ୍ଥିତ ଥିଲେ। ସାନପୁଅ ସୁକାନ୍ତ ଚେନ୍ନାଇରେ ରହୁଥିଲେ। ମୃତ୍ୟୁ ପୂର୍ବରୁ ସୁକାନ୍ତକୁ ଦେଖିବାକୁ ଚାହିଁଥିଲେ ହଜାରୀ। ଏନେଇ ପରିବାର ଲୋକ ଜଣାଇଥିଲେ କିନ୍ତୁ ଲକ୍‌ଡାଉନ ଯୋଗୁ ସେ ଆସିପରିିନଥିଲେ। ବାପାଙ୍କ ମୃତ୍ୟୁ ଖବର ଶୁଣି ଏକଦମ୍‌ ଭାଙ୍ଗିପଡ଼ିଥିଲେ। ବହୁ କଷ୍ଟରେ ସ୍ଥାନୀୟ ପ୍ରଶାସନଙ୍କ ନିକଟରୁ ସୀମା ପାସ୍‌ ଆଣି ଚେନ୍ନାଇରୁ ଆସିଥିଲେ। କିନ୍ତୁ ଓଡିଶା ସୀମାରେ ତାଙ୍କୁ ଛାଡ଼ିନଥିଲେ। ନୟାଗଡ଼ ରଣପୁରରେ ହଜାରୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା।