ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୧୭ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଘରେ ରହୁଛନ୍ତି। ଆବଶ୍ୟକ ନ ଥିଲେ କେହି ବଜାରକୁ ଆସୁନାହାନ୍ତି। କେବଳ ବ୍ୟାଙ୍କ ପ୍ରତିଷ୍ଠାନ ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକଙ୍କ ଯାତାୟାତ ଯାହା ରହୁଛି । ଏହି ସମୟରେ ଦୁର୍ଗମ ଅଞ୍ଚଳର ମହିଳାମାନେ ନିଜ ପେଟ ପୋଷିବା ପାଇଁ ଜଙ୍ଗଲରୁ ସିଆଳି ପତ୍ର ସଂଗ୍ରହ କରିବା ସହ ଘରେ ସମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସିଲେଇ କରୁଛନ୍ତି। ଯେଉଁଠି ସହରରେ ମୋବାଇଲ ସେବା ସହ ବିଭିନ୍ନ ମନୋରଞ୍ଜନ କରି ଲୋକେ ସମୟ ଅତିବାହିତ କରୁଥିବା ବେଳେ ସେହି ସମୟରେ ନିଜ ପେଟ ପାଇଁ ଦୁର୍ଗମ ଅଞ୍ଚଳର ମହିଳାମାନେ ପ୍ରୟାସ ଜାରି ରଖିଛନ୍ତିି । ଆସନ୍ତା ମେ ୩ରେ ଲକ୍‌ଡାଉନ୍‌ ଖୋଲିଗଲା ପରେ ସେମାନେ ଏହି ଖଲି ବିକ୍ରିବଟା କରି ପରିବାର ଗୁଜୁରାଣ କରିବେ ବୋଲି ସିକାବର୍ଗ ପଞ୍ଚାୟତ ବଡ଼ାଙ୍ଗିଆ ଗ୍ରାମର ମହିଳାମାନେ କହିଛନ୍ତି। ପ୍ରାୟ ଏକ ସପ୍ତାହ ଧରି ସିଆଳି ପତ୍ର ସଂଗ୍ରହ କରିବା ପରେ ଏବେ ଘରେ ସିଲେଇରେ ବ୍ୟସ୍ତ ରହିଛନ୍ତି। ସିଲେଇ ପରେ ପତ୍ରକୁ ଶୁଖାଇବା କାର୍ଯ୍ୟ ପ୍ରାୟ ୨ରୁ ୩ ଦିନ ପରେ ୮୦ଟି ପତ୍ରକୁ ଏକ ଚକି ହିସାବରେ ବନ୍ଧା ଯାଇ ବଜାରରେ ବିକ୍ରି କରାଯିବ। ଏବେ  କରୋନା ବାଧକ ସାଜିଥିବାରୁ କୌଣସି ବ୍ୟବସାୟୀ ଖଲି କିଣୁ ନାହାନ୍ତି। ଫଳରେ ଉକ୍ତ ବ୍ଲକର ପ୍ରାୟ ୨୫ ପଞ୍ଚାୟତର ଲୋକେ ଖଲିପତ୍ର ବିକ୍ରି କରିବା ଅପେକ୍ଷାରେ ରହିଥିବା ଭ୍ରମରବାଡ଼ି ଗ୍ରାମର ନାମୋଜିନି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri