ବାଦାମବାଡ଼ି ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ସାମ୍ନାରେ ମାଓବାଦୀଙ୍କ ଗୁଳିରେ ଟଳିଥିଲେ ସାଥୀ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଦାୟିତ୍ୱ ସମ୍ପାଦନରେ ଅନେକ ପୋଲିସ କର୍ମଚାରୀ ନିଜ ଜୀବନ ଉତ୍ସର୍ଗ କରିଥିବା ନଜିର ରହିଛି। ଅନେକେ ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବାବେଳେ ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି। ଚାକିରି ଜୀବନରେ ଏଭଳି ଏକ ଅନୁଭୂତିକୁ ସାଉଁଟିଛନ୍ତି ବାଦାମବାଡ଼ି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ, ଯାହା ତାଙ୍କ ପାଇଁ ଅପାସୋରା ହୋଇ ରହିବ। ଏ ସମ୍ପର୍କରେ ସ୍ବାଇଁ କୁହନ୍ତି, ୨୦୧୧ ମସିହାର ଘଟଣା। ସୁନ୍ଦରଗଡ଼ ଜିଲା ବଣାଇ ସବ୍‌ଡିଭିଜନ କେ. ବଲାଙ୍ଗ ଥାନାରେ ମୋର ପୋଷ୍ଟିଂ ହୋଇଥାଏ। ତାହା ଏକ ମାଓବାଦୀପ୍ରବଣ ଅଞ୍ଚଳ। ବିଶ୍ରା ଥାନା ଅଧୀନ ଦୀଘା ଜଙ୍ଗଲରେ ୩୦ରୁ ଅଧିକ ମାଓବାଦୀ ଏକତ୍ର ହେଉଥିବା ଖବର ମିଳିଲା। ୩୦ଜଣ ଏସ୍‌ଓଜି କମାଣ୍ଡର, ଡିଭିଏଫ୍‌ କମାଣ୍ଡରଙ୍କ ସହ ମୁଁ ରାତି ପ୍ରାୟ ୧୨ଟାରେ ଅପରେଶନରେ ବାହାରିଲି। ପ୍ରାୟ ୭ଘଣ୍ଟା ପାହାଡ଼ି ରାସ୍ତାରେ ଚାଲିଚାଲି ଯିବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୂରରୁ ମାଓବାଦୀଙ୍କ ଉପସ୍ଥିତି ଜଣାପଡ଼ିଥିଲା। ମାଓବାଦୀମାନେ ଆମକୁ ଦେଖି ଗୁଳିବର୍ଷଣ କଲେ। ଆମେ ମଧ୍ୟ ପ୍ରତିଜବାବ ଦେଲୁ। ତେବେ କିଛି ସମୟ ଗୁଳିବର୍ଷଣ ପରେ ମୋ ପାଖରେ ଥିବା ଜଣେ କନଷ୍ଟେବଳ ଲକ୍ଷ୍ମଣ କିଷାନଙ୍କ ବନ୍ଧୁକ ଧୀରେ ଧୀରେ ତଳ ମୁହଁା ହେଉଥିବା ଦେଖିଲି। ପଛକୁ ଚାହିଁଲା ବେଳକୁ ଲକ୍ଷ୍ମଣଙ୍କ ଛାତିରୁ ପିଚକାରୀ ମାରିବା ଭଳି ରକ୍ତ ବାହାରୁଥାଏ। କିଛି କ୍ଷଣ ମଧ୍ୟରେ ସେ ଟଳିପଡ଼ିଲେ। ମାଓବାଦୀଙ୍କ ପ୍ରଚଣ୍ଡ ଗୁଳି ବର୍ଷଣ ଓ ସାଥୀଙ୍କ ମୃତ୍ୟୁ ଯୋଗୁ ଆଉ ଆଗକୁ ବଢ଼ିବାକୁ ସମ୍ଭବ ହେଲାନି। ପ୍ରାୟ ୨ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ଅଢ଼େଇ ହଜାର ରାଉଣ୍ଡ ଗୁଳି ଫାୟାରିଂ ହୋଇଥିଲା। ଶେଷରେ ଆମେ ପଛକୁ ଫେରି ଆସିଲୁ। ଏହାର ଦୁଇଦିନ ପରେ ଶହୀଦ ଲକ୍ଷ୍ମଣଙ୍କ ମୃତଦେହ ଆଣିଥିଲୁ। ତେବେ ଏହି ଘଟଣା ମୋର ନିଦ ହଜାଇଦେଲା। ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବିଚଳିତ ହୋଇପଡ଼ିଥିଲି। ଏହାର କିଛିଦିନ ପରେ ପୁଣି ସେଠାରେ ମାଓବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା। ଅଧିକ ପ୍ରସ୍ତୁତ ହୋଇ ପୁନର୍ବାର ସେହିଠାରେ ପହଞ୍ଚିଥିଲୁ। ଆମ ଗୁଳିରେ ୩ଜଣ ମାଓବାଦୀ କମାଣ୍ଡର ପ୍ରାଣ ହରାଇଲେ। ଆହୁରି କେତେଜଣ ଆହତ ହୋଇଥିଲେ। ଏହାପରେ ମାଓବାଦୀ ଛତ୍ରଭଙ୍ଗ ଦେଇ ସେହି ସ୍ଥାନ ଛାଡ଼ି ପଳାଇଲେ। ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ମୋ ମନକୁ କିଛିଟା ଶାନ୍ତି ମିଳିଥିଲା। ତେବେ ସେହି ସାଥୀଙ୍କ ମୃତ୍ୟୁର ଦୃଶ୍ୟ ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରିଉଠେ।
– ରିପୋର୍ଟ: ଓଁକାର ମିଶ୍ର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri