ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବ: ପଟ୍ଟାମୁଣ୍ଡାଇରେ ପ୍ରବଳ ବର୍ଷା

ପଟ୍ଟାମୁଣ୍ଡାଇ, ୮।୧୧(ସ୍ବ.ପ୍ର.): ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ପ୍ରବଳ ବର୍ଷା ହେବା ସହ ୫୦କିମିରୁ ଅଧିକ ବେଗରେ ପବନ ବୋହୁଛି। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟ ଦେଇ ଗତିକରିବ ବୋଲି କୁହାଯାଉଥିବା ସତ୍ତ୍ୱେ ଉପକୂଳବର୍ତ୍ତି ଜିଲାଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ଜିଲାରେ ଅଗ୍ନିଶମ ବିଭାଗ ସଜାଗ ରହିଥିବା ବେଳେ ଓଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚିଛନ୍ତି।