ବାତ୍ୟା ଆଶ୍ରୟସ୍ଥଳକୁ ୪ଶହ ଲୋକ ସ୍ଥାନାନ୍ତର

ଖଇରା, ୨୦।୫(ଡି.ଏନ.ଏ.)-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୩୭ ପଞ୍ଚାୟତରେ ୩୭ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଝାଟିମାଟି ଓ ଅସୁରକ୍ଷିତ ଘରେ ରହୁଥିବା ୪ଶହ ଲୋକଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ମଙ୍ଗଳବାର ସ୍ଥାନାନ୍ତର କରାଯାଇଛି ା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ା ଲୋକଙ୍କ ରହିବା ଖାଇବାରେ ଯେଭଳି କିଛି ଅସୁବିଧା ନ ହୁଏ ସେଥିପାଇଁ କର୍ମଚାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବା ନେଇ ବିଡିଓ ସୂଚନା ଦେଇଛନ୍ତି ା ସେହିଭଳି କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଖଇରା ତହସିଲଦାର ପ୍ରଦୀପ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି ା