ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ଶିଳ୍ପୀ ବାଟିକା:ଜିବୀକା ହରାଇଛନ୍ତି ୫୦୦ରୁ ଊର୍ଦ୍ଧ୍ୱ କାରିଗର

କୋଣାର୍କ, ୨।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀରେ ସାମାଜିକ ସଂଗଠନ ଅର୍କଶ୍ରୀ ଦ୍ୱାରା ପ୍ରତିଷ୍ଠିତ ଶିଳ୍ପୀ ବାଟିକା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଏହା ଉପରେ ନିର୍ଭର କରୁଥିବା ୫୦୦ରୁ ଊର୍ଦ୍ଧ୍ୱ କାରିଗର ଜିବୀକା ହରାଇଛନ୍ତି। ୧୯୯୦ମସିହାରେ ଅର୍କଶ୍ରୀ ଦ୍ୱାରା ଉତ୍କଳୀୟ କଳା, ସଂସ୍କୃତି ଓ ସୃଜନୀଶିଳ କାରିଗରୀ ପ୍ରତିଷ୍ଠାନ ଶିଳ୍ପୀ ବାଟିକା ଗଢି ଉଠିଥିଲା। ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ସହାୟତାରେ ବାବା ସାହେବ ଆମ୍ବେଦକର ହସ୍ତଶିଳ୍ପ ବିକାଶ ଯୋଜନାରେ କାରିଗରମାନଙ୍କୁ ୫ବର୍ଷୀୟା ଡିଜାଇନ୍‌ ଡେଭଲମେଣ୍ଟ, ପ୍ରଦର୍ଶନୀ ଓ ବିଭିନ୍ନ ତାଲିମ କାର୍ଯ୍ୟକ୍ରମରେ ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଥର ଖୋଦେଇ, ଚାନ୍ଦୁଆ, ଶଙ୍ଖଶାମୁକା ଓ କତା କଣ୍ଡେଇ ଆଦି ତାଲିମ ପ୍ରଦାନ କରାଯାଇଥିଲା। ଏହି ବାଟିକାରେ ୫୦୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କାରିଗର ହସ୍ତଶିଳ୍ପ ସାମଗ୍ରୀ ନିର୍ମାଣ କରି ନିଜନିଜର ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ହାଇଦ୍ରାବାଦ ସ୍ଥିତ ନିଫ୍ଟ ତରଫରୁ ଅନୁଷ୍ଠିତ ଡିଜାଇନ ଡେଭଲମେଣ୍ଟ କାର୍ଯ୍ୟକ୍ରମରେ ଅର୍କଶ୍ରୀ ଉଦ୍ୟମରେ ଭୌଗଳିକ ଭିତ୍ତିଭୂମି ଅନୁଯାୟୀ ପଥର ଖୋଦେଇକୁ ଜିଆଇ ମାନ୍ୟତା ମିଳିଛି। ପ୍ରତିବର୍ଷ ଏହି ଶିଳ୍ପୀ ବାଟିକାର କାରିଗରମାନଙ୍କୁ ନେଇ ହସ୍ତଶିଳ୍ପ ପ୍ରଦର୍ଶନୀ, କଳା, ସଂସ୍କୃତି ଓ ସାହିତ୍ୟ ଆଦି କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ବାତ୍ୟାରେ ବାଟିକାର ୩୦ଲକ୍ଷରୁ ଅଧିକ ମୂଲ୍ୟର ବିକ୍ରି ଯୋଗ୍ୟ ହସ୍ତଶିଳ୍ପ ସାମଗ୍ରୀ, କଞ୍ଚାମାଲ, କର୍ମଶାଳା ଗୃହ, ଦରକାରୀ କାଗଜପତ୍ର ଓ ଅଫିସଗୃହ ସମ୍ପୂୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। କୋଣାର୍କ ତଥା ଆଖପାଖ ଅଞ୍ଚଳର କାରିଗର ମାନଙ୍କର ବିକାଶ ଦିଗରେ କାର୍ଯ୍ୟକରୁଥିବା ଅର୍କଶ୍ରୀ ସଂଗଠନକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରିବା ପାଇଁ ସଂଗଠନର ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri