ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ ବାରୁଦରେ ନିଅଁା ଲାଗିଯିବାରୁ ୨ ଜଣ ପିଲା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ତିହିଡି ଓ ଭଦ୍ରକ ନିଆଯାଇ ପରେ କଟକ ସ୍ଥାନାନ୍ତର କରାଯାଇଛି ା ସେମାନଙ୍କ ମୁହଁ, ପାପୁଲି, ପାଦ ଓ ଦେହର ବିଭିନ୍ନ ଅଂଶ ପୋଡିଯାଇଛି ା ଆହତ ଦୁଇ ପିଲା ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ ଅର୍ଜୁନ ସାହୁଙ୍କ ଝିଅ ଶୁଭଶ୍ରୀ(୫)। ରବିବାର ସକାଳେ ମତୋ ଫାଣ୍ଡି ଅଧିକାରୀ ବବ୍ରୂବାହାନ ନାୟକ ସଦଳବଳ ଯାଇ ସମ୍ପୃୃକ୍ତ ବାଣ କାରିଗରଙ୍କ ଘର ଓ ବାଣ ସାମଗ୍ରୀ ତିଆରି ହେଉଥିବା ଘରକୁ ସିଲ୍ କରି ପଚରା ଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଆଗାମୀ ଦୀପାବଳିକୁ ଆଖି ଆଗରେ ରଖି ବାଣ କାରିଗର ବିଷ୍ଣୁ ସାହୁ ଦକ୍ଷିଣ ସାହି ଗାଁର ନିଜ ଘର ପଛପଟେ ବାଣ ତିଆରି କରୁଥିଲେ ା ଗାଁର କେତେକ ଲୋକ ବାଣରେ ଲାଗୁଥିବା ବାରୁଦ ବୋଳା ସୂତା(ଦଅଣ) ତିଆରି କାମ ଠିକାରେ ନିଜ ଘରେ କରୁଥିଲେ ା ବାଣ କାରିଗରଙ୍କ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ସୁମନ୍ତ ବେହେରା ବାଣ କାରିଗରଙ୍କଠାରୁ ବାରୁଦ, ସୁତୁଲି, ଅଠା ଓ କାଗଜ ଆଣି ନିଜ ଘରେ ଦଅଣ ତିଆରି କରୁଥିଲେ ା ସୋମବାର ସନ୍ଧ୍ୟା ସମୟରେ ସୁମନ୍ତଙ୍କ ଘର ଅଗଣାରେ ତାଙ୍କ ସ୍ତ୍ରୀ ଦଅଣ ପ୍ରସ୍ତୁତ କରୁଥିବା ବେଳେ ପୁଅ ମନୋଜ ଉପସ୍ଥିତ ଥିଲେ ା ମନୋଜଙ୍କ ସାଙ୍ଗ ପଡୋଶୀ ଘରର ଶୁଭଶ୍ରୀ କ’ଣ ତିଆରି ହେଉଛି ଦେଖିବାକୁ ସେଠାରେ ପହଞ୍ଚିିଥିଲେ ା ସୁମନ୍ତଙ୍କ ସ୍ତ୍ରୀ ସନ୍ଧ୍ୟା ଦୀପ ଲଗାଇବାକୁ ଘର ମଧ୍ୟକୁ ଯାଇଥିବା ବେଳେ ମଶା ଘଉଡାଇବା ପାଇଁ ଅଗଣାରେ ଦିଆ ଯାଇଥିବା ଧୂପରୁ ନିଆଁ ବାରୁଦରେ ଲାଗି ଯାଇଥିଲା ା ଘଟଣାସ୍ଥଳରେ ଉପସ୍ଥିତ ମନୋଜ ଓ ଶୁଭଶ୍ରୀଙ୍କ ଶରୀରରେ ନିଆଁ ଲାଗି ଅନେକ ଅଂଶ ପୋଡି ଯାଇଥିଲା ା ଏହି ଗ୍ରାମରେ କେତେକ ଅଣପଞ୍ଜୀକୃତ ବାଣ କାରିଗର ଥିବା ନେଇ ସୂଚନା ମିଳିଥିବାରୁ ଏ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି।
Posted inHome, ଆମ ଜିଲା ଖବର, ଭଦ୍ରକ View All
ଟିମ ଇଣ୍ଡିଆକୁ ଡବଲ୍ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…
ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ
ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…
ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ
ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…
ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….
ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…
ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…
ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…
ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ
ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…
‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…
ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…
Archives

