ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ ବାରୁଦରେ ନିଅଁା ଲାଗିଯିବାରୁ ୨ ଜଣ ପିଲା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ତିହିଡି ଓ ଭଦ୍ରକ ନିଆଯାଇ ପରେ କଟକ ସ୍ଥାନାନ୍ତର କରାଯାଇଛି ା ସେମାନଙ୍କ ମୁହଁ, ପାପୁଲି, ପାଦ ଓ ଦେହର ବିଭିନ୍ନ ଅଂଶ ପୋଡିଯାଇଛି ା ଆହତ ଦୁଇ ପିଲା ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ ଅର୍ଜୁନ ସାହୁଙ୍କ ଝିଅ ଶୁଭଶ୍ରୀ(୫)। ରବିବାର ସକାଳେ ମତୋ ଫାଣ୍ଡି ଅଧିକାରୀ ବବ୍ରୂବାହାନ ନାୟକ ସଦଳବଳ ଯାଇ ସମ୍ପୃୃକ୍ତ ବାଣ କାରିଗରଙ୍କ ଘର ଓ ବାଣ ସାମଗ୍ରୀ ତିଆରି ହେଉଥିବା ଘରକୁ ସିଲ୍ କରି ପଚରା ଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଆଗାମୀ ଦୀପାବଳିକୁ ଆଖି ଆଗରେ ରଖି ବାଣ କାରିଗର ବିଷ୍ଣୁ ସାହୁ ଦକ୍ଷିଣ ସାହି ଗାଁର ନିଜ ଘର ପଛପଟେ ବାଣ ତିଆରି କରୁଥିଲେ ା ଗାଁର କେତେକ ଲୋକ ବାଣରେ ଲାଗୁଥିବା ବାରୁଦ ବୋଳା ସୂତା(ଦଅଣ) ତିଆରି କାମ ଠିକାରେ ନିଜ ଘରେ କରୁଥିଲେ ା ବାଣ କାରିଗରଙ୍କ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ସୁମନ୍ତ ବେହେରା ବାଣ କାରିଗରଙ୍କଠାରୁ ବାରୁଦ, ସୁତୁଲି, ଅଠା ଓ କାଗଜ ଆଣି ନିଜ ଘରେ ଦଅଣ ତିଆରି କରୁଥିଲେ ା ସୋମବାର ସନ୍ଧ୍ୟା ସମୟରେ ସୁମନ୍ତଙ୍କ ଘର ଅଗଣାରେ ତାଙ୍କ ସ୍ତ୍ରୀ ଦଅଣ ପ୍ରସ୍ତୁତ କରୁଥିବା ବେଳେ ପୁଅ ମନୋଜ ଉପସ୍ଥିତ ଥିଲେ ା ମନୋଜଙ୍କ ସାଙ୍ଗ ପଡୋଶୀ ଘରର ଶୁଭଶ୍ରୀ କ’ଣ ତିଆରି ହେଉଛି ଦେଖିବାକୁ ସେଠାରେ ପହଞ୍ଚିିଥିଲେ ା ସୁମନ୍ତଙ୍କ ସ୍ତ୍ରୀ ସନ୍ଧ୍ୟା ଦୀପ ଲଗାଇବାକୁ ଘର ମଧ୍ୟକୁ ଯାଇଥିବା ବେଳେ ମଶା ଘଉଡାଇବା ପାଇଁ ଅଗଣାରେ ଦିଆ ଯାଇଥିବା ଧୂପରୁ ନିଆଁ ବାରୁଦରେ ଲାଗି ଯାଇଥିଲା ା ଘଟଣାସ୍ଥଳରେ ଉପସ୍ଥିତ ମନୋଜ ଓ ଶୁଭଶ୍ରୀଙ୍କ ଶରୀରରେ ନିଆଁ ଲାଗି ଅନେକ ଅଂଶ ପୋଡି ଯାଇଥିଲା ା ଏହି ଗ୍ରାମରେ କେତେକ ଅଣପଞ୍ଜୀକୃତ ବାଣ କାରିଗର ଥିବା ନେଇ ସୂଚନା ମିଳିଥିବାରୁ ଏ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି।
Posted inHome, ଆମ ଜିଲା ଖବର, ଭଦ୍ରକ View All
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
Archives


