ତୁମୁଡ଼ିବନ୍ଧ,୧୫ା୬(ଡି.ଏନ୍.ଏ.)-ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଭୂପୃଷ୍ଠ ଜଳସ୍ତର କମିବା ସହ ନଦୀ ନାଳ ପୋଖରୀ ଶୁଖିଯାଇଛି। କୂଅର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି ଲୋକେ। ଏପରି ସମସ୍ୟା ଦେଖିବାକୁ ମିଳିଛି କରୁକୁଡୁପା ପଞ୍ଚାୟତ ବାଡ଼ିପାଙ୍ଗା ଗ୍ରାମରେ। ଗ୍ରାମର ମହିଳା ଓ ପୁରୁଷ ଖୋଲାକୂଅର ଗୋଳିଆ ପାଣି ପିଉଛନ୍ତି। ବାଡ଼ିପାଙ୍ଗା ଗ୍ରାମରେ ୪୨ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଗ୍ରାମରେ ୨ଟି ନଳକୂପ ଅଚଳ ହୋଇ ୨ବର୍ଷ ହେବ ପଡିରହିଛି। ତାହା ମରାମତି କଲେ ମଧ୍ୟ ଭଲ ପାଣି ବାହାରୁ ନାହିଁ। ଚୁଆକୁ ଭରସା କରିଥିବାବେଳେ ତାହା ମଧ୍ୟ ଶୁଖିଗଲାଣି। ଗାଁ ପାଖ ତମ୍ବାକେତାଠାରେ ୪୦ବର୍ଷ ପୂବେ ଖୋଳାଯାଇଥିବା ଏକ କୂଅ ଏବେ ଗ୍ରାମବାସୀଙ୍କ ଭରସା। ଉକ୍ତ ପରିତ୍ୟକ୍ତ କୂଅରୁ ଗ୍ରାମର ମହିଳାମାନେ ହାଣ୍ଡି ବାଲ୍ଟି ଧରି ପାଣି ସଂଗ୍ରହ କରୁଛନ୍ତି। ଗୋଳିଆ ପାଣି ବାହାରୁ ଥିବାରୁ ଘରକୁ ନେଇ କିଛି ସମୟ ରଖିବା ପରେ ଉକ୍ତ ପାଣିକୁ ପିଇବା ଓ ରୋଷେଇରେ ବ୍ୟବହାର କରୁଛନ୍ତି। ଏନେଇ ପୂର୍ବତନ ଓ୍ବାର୍ଡ ମେମ୍ବର ପ୍ରଜେନ୍ଦ୍ର ମାଝୀ କହିଛନ୍ତି ଯେ, ନୂତନ ଭାବେ ୨ଟି ନଳକୂପ ଖୋଳାଯାଇ ସୌରଚାଳିତ ପମ୍ପ ସଂଯୋଗ କରି ପାନୀୟ ଜଳର ବ୍ୟବସ୍ଥା କରାଯାଉ। ଏନେଇ ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସଙ୍କୁ ପଚାରିବାରୁ ସେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ନଳକୂପ ମରାମତି କରାଯିବା ସହ ପରିତ୍ୟକ୍ତ କୂଅର ପୁନରୁଦ୍ଧାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ
ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...
ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…
ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...
ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...
ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍
ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...
ବ୍ରହ୍ମପୁର ଉପଜିଲାପାଳଙ୍କ ଦ୍ବାରା ଚାଷୀ ସଚେତନତା ରଥ ଶୁଭାରମ୍ଭ, ଉପସ୍ଥିତ ଥିଲେ…
ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ରାଜସ୍ବ ଉପଖଣ୍ଡ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ କପା ମଣ୍ଡି ପରିସରରୁ ସୋମବାର ଚାଷୀ ସଚେତନତା...
ଶବ ସତ୍କାର ପାଇଁ ମିଳିଲେନି ଲୋକେ, ମାନବିକତା ଦେଖାଇ ଆଗକୁ ଆସିଲେ…
ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଦିନ ଥିଲା ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ମଧ୍ୟରେ ଏକତାର ଭାବ ଦେଖିବାକୁ ମିଳୁଥିଲା। କୌଣସି ଲୋକ ଅସୁବିଧାରେ ପଡ଼ିଲେ ସାହି...
ଦୋକାନ ଆଗରୁ ବାଇକ୍ ଚୋରିକରି ଛାଡ଼ିଥିଲେ ଗାଁ, ଫେରିବା ଜାଣି…
ଦିଗପହଣ୍ଡି,୧୫୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଭଗବାନ ପ୍ରଧାନଙ୍କୁ ବାଇକ ଚୋରି...
ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍ରେ…
ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...
Archives


