ବାଡ଼ିଆ ହେଲା ହଂସପଟା

ପୁରୀ ଅଫିସ,୧୮ା୬: ପ୍ରସ୍ତୁତ ହୋଇଗଲାଣି ତିନିରଥ। ଅଳ୍ପ କିଛି ଯାହା କାମ ରହିଛି ତାହା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ବୁଧବାର ତିନିରଥରେ ହଂସପଟା ବାଡ଼ିଆଯାଇଛି। ଏଥିସହ ପାର୍ଶ୍ୱ ଦେବୀଦେବଙ୍କୁ ଜଳଯନ୍ତ୍ରରେ ସେଟ୍‌ କରାଯାଇ ଶିଖର ଡମ୍ବରୁ ଫିଟିଂ କରାଯାଇଛି। ପ୍ରତିରଥରେ ୧୧ ଜଣ ଲେଖାଏ ପାର୍ଶ୍ୱ ଦେବୀଦେବ ରହିଛନ୍ତି। ସେହିପରି ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳ ମହଲାରେ ଚିତ୍ରକର ସେବକଙ୍କ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଭାରେ ରଙ୍ଗ ଦିଆଯାଉଥିବା ବେଳେ ଦୁଆରବେଢାରେ ଲାଗୁଥିବା ଘଣ୍ଟି, ପିତ୍ତଳ କଳସ ରଙ୍ଗ ଦେବା କାମ ବାକି ଅଛି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ଦରଜି ସେବକମାନେ ରଥକନା କାମ ଜାରି ରଖିଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି।