ବାଟୋଇଙ୍କ ପାଇଁ ମାନସିଂହଙ୍କ ମାହାଲ ଖଞ୍ଜା

ମହାପ୍ରଭୁଙ୍କ ଉପାସନା ପରମ୍ପରା କେବଳ ଏକ ଉଦାରବାଦୀ ପରମ୍ପରା ନୁହଁ, ମଣିଷ ପଣିଆର ମୂଲ୍ୟବୋଧ ପରମ୍ପରା ମଧ୍ୟ। ଏହାର ରହସ୍ୟ ଭେଦିବା ବଁା ହାତର ଖେଳ ନୁହେଁ, କିନ୍ତୁ ଭେଦି ହେବନି, ସେ କଥା ବି ନୁହେଁ । ଯିଏ ଭେଦିଛି ସେ ପରମ୍ପରା ନିକଟକୁ ଆଉଜି ଆସିଛି। ରାଜା ମାନସିଂହ ଧାମକୁ ଆସିବା ବେଳର କଥା। ଗାଡ଼ିିମୋଟର ନ ଥିଲା। ଫିନିଫିନିଆ ଚଲାରାସ୍ତା ବି ସାତସପନ। ରାସ୍ତାରେ ବହୁ କଥା ଦେଖିଲେ, ମାତ୍ର କେତୋଟି ବୁକୁଥରା ଦୃଶ୍ୟ ତାଙ୍କୁ ଚହଲାଇ ଦେଲା। ଦେଖିଲେ ପେଡ଼ିପୁଟୁଳା ଧରି ତୀର୍ଥକୁ ଆସୁଥିବା ଲୋକେ ବଡ଼ ଦୟନୀୟ ହୋଇ ଠାକୁ ଠା ଥକ୍‌କା ମାରୁଛନ୍ତି। ନାରଖାର ହୋଇ କେତେଜଣ ଏଠିସେଠି ପଡିଛନ୍ତି। ପାଣି ନାହିଁ, ଖାଇବା ଦରବ ନାହିଁ। ବହୁ ପଥ ପାରି ହେବାକୁ ବହୁଦିନ ଲାଗିବା ବଡ଼କଥା ନୁହଁ। ବଡ଼କଥା ହେଉଛି ରାସ୍ତାରେ ଦୋକାନ ବଜାର ଓ ଖାଇବା ଚିଜ ମିଳିବା। ଆଜିକାଲି ପରି ଦୋକାନ ବଜାର ବାଟରେ ନ ଥିଲା। ନ ଖାଇ ନ ପିଇ କେହି ରୋଗିଣା ହେଲେଣି ତ କେହି ଚାଲିପାରୁ ନାହାନ୍ତି। ବସିଲା ଠୁ ଯିଏ ଉଠିପାରୁନି, ସିଏ ଚାଲିବ ବା କଣ!
ସାଙ୍ଗରେ ଥିବା ରାଜକର୍ମଚାରୀଙ୍କୁ ପଠାଇ ବୁଝିଲେ। ସେମାନେ ବୁଝିଆସି କହିଲେ-ମହାରାଜ! ଏମାନେ ଦିନ ଦିନ ଧରି ଖାଇନାହାନ୍ତି। ଆବୁଡ଼ା ଝଟକା କୂଅ ପୋଖରୀ ମିଳିଲେ ପାଣି ମୁନ୍ଦେ ମୁନ୍ଦେ ପିଇ ମହାପ୍ରଭୁଙ୍କ ଭଜନ ନିଜ ଭାଷାରେ ଗାଇ ଗାଇ ଚାଲିଛନ୍ତି। କେତେଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ମାତ୍ର କିଛି ଫଳ ନ ହେବାରୁ ଛାଡ଼ି ଚାଲିଯାଉଛନ୍ତି। ସେ ଯେଉଁ କେତେଜଣ ପଡ଼ିଥିବା ଆପଣ ଦେଖିଲେ, ସେମାନେ ମରିଯାଇଛନ୍ତି… ।
ମହାରାଜା ଦୀର୍ଘ ନିଃଶ୍ୱାସଟିଏ ପକାଇଲେ। ତୀର୍ଥରେ ପହଞ୍ଚତ୍ଲେ। ଗୁରୁମଠରେ ଡେରା ପକାଇଲେ। ଗୁରୁ ମଠଟି ହେଉଛି ଉତ୍ତର ପାରଶ (ପାର୍ଶ୍ୱ) ମଠ। ପରଦିନ ମହାପୁରୁଙ୍କ ଦର୍ଶନ ସାରି ଡେରାରେ ପହଞ୍ଚତ୍ ମହନ୍ତ ମହାରାଜାଙ୍କ ସହ କଥା ହେଲେ। ମନ କଥା ପ୍ରକାଶ କଲେ। ସ୍ଥାୟୀ ଭୂସମ୍ପତ୍ତି ଖଞ୍ଜା ଦେଲେ ମଠ ପକ୍ଷରୁ ତୀର୍ଥଯାତ୍ରୀଙ୍କ ଖାଇବା, ପିଇବା ବ୍ୟବସ୍ଥା ହୋଇପାରିବ ବୋଲି ମାହାର୍ଜେ ଭରସା ଦେଲେ।
ନିଜ ଇଲାକା ନୁହଁ। ନିଜ ଜମିଦାରି ବି ନୁହଁ। ଭୂ ସମ୍ପତ୍ତି ସ୍ଥାୟୀ ଭାବରେ ଖଞ୍ଜା ନ ଦେଲେ ବାବାଜୀ ପଞ୍ଝା ଖାଇବେ କଣ, ଖୁଆଇବେ ବା କେମିତି ! ବହୁ ବିଚାର ପରେ ମାହାଲ ବଦଳ ପରମ୍ପରା ଆପଣାଇ ନେଲେ । ନୀଳଗିରି ରାଜା ଶେଷରେ ରାଜି ହେଲେ। ସେଇଠି ଗୋଟିଏ ବିରାଟ ମାହାଲ ଉତ୍ତର ପାର୍ଶ୍ୱ ମାହାର୍ଜାଙ୍କ ମାର୍ଫତରେ ଖଞ୍ଜା ଦେଲେ। ମାହାଜର୍ର୍ ବି ପଛକୁ ହଟିବା ଲୋକ ନୁହଁନ୍ତି। ଜଗନ୍ନାଥ ସଡ଼କରେ ଠାଆକୁ ଠା ରାମାନୁଜୀ ବାବାଜୀ ରହିଲେ। ମରଣାନ୍ତକ ଦୁଃଖରୁ ଲେଉଟାଇ ଆଣିଲେ ତୀର୍ଥଯାତ୍ରୀଙ୍କୁ ।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri