ବାଟଭୂଲି ପାତ୍ରପୁରରେ ନବରଙ୍ଗପୁର ଶ୍ରମିକ

ପାତ୍ରପୁର,୧୫ା୫(ଡି.ଏନ୍‌.ଏ.)- ବିଜୟୱାଡ଼ାରୁ ଚାଲିଚାଲି ନବରଙ୍ଗପୁର ଜିଲାକୁ ଯାଉଥିବା ୧୧ ଶ୍ରମିକ ବାଟଭୂଲି ଗୁରୁବାର ପାତ୍ରପୁର ବ୍ଲକ ଜୟନ୍ତିପୁରରେ ପହଞ୍ଚତ୍ଛନ୍ତି। ଲକ୍‌ଡାଉନ୍‌ ପରେ ଫସି ରହିଥିବା ଶ୍ରମିକ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ଭୁଲବଶତଃ ସେମାନେ ଆନ୍ଧ୍ର ସୀମା ପାରି ହେବାପରେ ଓଡ଼ିଶା ସିମାନ୍ତ ଜୟନ୍ତିପୁର ଗ୍ରାମରେ ପହଞ୍ଚତ୍ଥିଲେ। ଗ୍ରାମର କେତେଜଣ ବ୍ୟକ୍ତି ସେମାନଙ୍କ ସହ କଥା ହେବାପରେ ନବରଙ୍ଗପୁର ଯାଉଥିବା କହିଥିଲେ। ପରେ ସେମାନେ ବାଟବଣା ହୋଇ ଶତାଧିକ କିଲୋମିଟର ଆଗକୁ ପଳାଇ ଆସିଥିବା ସେମାନେ କହିଥିଲେ। ପରେ ନବରଙ୍ଗପୁର ଏମ୍‌ପି ରମେଶ ମାଝି ପାତ୍ରପୁର ତହସିଲଦାରଙ୍କ ସହ ଯୋଗାଯୋଗ କରି ଶ୍ରମିକଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଇଥିଲେ। ପରେ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ସେମାନଙ୍କୁ ନବରଙ୍ଗପୁର ପଠାଯାଇଥିବା ସୂଚନା ମିଳିଛି।