ବାଟବଣା ଭାଲୁକୁ ଜଗିଛି ବନ ବିଭାଗ

ସଜନାଗଡ଼, ୩।୩(ଡି.ଏନ.ଏ.)-ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ଜନବସତି ଆଡକୁ ପଶିଆସୁଛନ୍ତି। ସୋମବାର ରାତିରେ ଏକ ମା’ ଭାଲୁ ସହିତ ଶାବକ ଭାଲୁ ନୀଳଗିରି ଉପଖଣ୍ଡ ଅଧୀନ ମହିଷାପଟା ପଞ୍ଚାୟତ ନିକଟ ପାଟଣା ଗ୍ରାମକୁ ପଶି ଆସିଥିଲା। ମଙ୍ଗଳବାର ପୂର୍ବାହ୍ନରେ ମା’ ଭାଲୁଟି ଜଙ୍ଗଲକୁ ଚାଲି ଯାଇଥିବାବେଳେ ଶାବକ ଭାଲୁ ବାଟବଣା ହୋଇ ଘୁରି ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ନୀଳଗିରି ବନବିଭାଗକୁ ଅବଗତ କରାଇଥିଲେ। ବନବିଭାଗ କର୍ମଚାରୀମାନେ ପହଞ୍ଚତ୍ ଭାଲୁକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିଲେ। ଗ୍ରାମବାସୀ ଯେପରି ଭାଲୁ ଶାବକକୁ ହଇରାଣ ନ କରିବେ ଓ ଶାବକ କିପରି ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ଯାଇ ତା’ର ମା’ ପାଖରେ ପହଞ୍ଚତ୍ବ ବନବିଭାଗ କର୍ମଚାରୀ ନଜର ରଖିଛନ୍ତି। କର୍ମଚାରୀମାନେ ଭାଲୁକୁ ଚତୁଃପାର୍ଶ୍ୱରୁ ଜଗି ରହିବା ସହ ସନ୍ଧ୍ୟାକୁ ଅପେକ୍ଷା କରିଥିଲେ। ସନ୍ଧ୍ୟା ହେଲେ ମା’ ଭାଲୁ ଜଙ୍ଗଲରୁ ବାହାରକୁ ଆସି ଶାବକକୁ ନେଇଯିବ ବୋଲି ବନବିଭାଗ ଅନୁମାନ କରୁଛି।